ମାତ୍ର ୧୮ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ପପୁଲାର ଟିକ୍ଟକ୍ ଷ୍ଟାର ହାରିସନ ଗିଲକ୍ସ । ଏକ ବିରଳ କ୍ୟାନସରରେ ଆକ୍ରାନ୍ତ ହାରିସନ ଦୀର୍ଘ ଦିନର ସଂଗ୍ରାମ ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ହାରିସନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଫ୍ୟାନ୍ସ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଖୁବ୍ କମ୍ ବୟସରେ ଟିକ୍ଟକ୍ ଭିଡ଼ିଓ କରି ବେଶ୍ ପପୁଲାର ହୋଇ ପାରିଥିଲେ ହାରିସନ । ଏପରିକି ତାଙ୍କର ୩ ଲକ୍ଷରୁ ଅଧିକ ଫଲୋୟର୍ସ ଥିଲେ। ହାରିସନଙ୍କ ମୃତ୍ୟୁରେ ତାଙ୍କ ପରିବାର ସଦସ୍ୟ ଖୁବ୍ ଭାଙ୍ଗି ପଡ଼ିଛନ୍ତି।
ଏନେଇ ପରିବାର ପକ୍ଷରୁ ଏକ ଆବେଗଭରା ପୋଷ୍ଟରେ କୁହାଯାଇଛି, "ହାରିସନ୍ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ। ତାଙ୍କର ହସ ଗୋଟିଏ କୋଠରୀକୁ ଆଲୋକିତ କରିପାରୁଥିଲା, ତାଙ୍କ ହସ ଏକ ଉଦାସ ମନକୁ ଖୁସି ଦେଇ ପାରୁଥିଲ। ସବୁ ପରିସ୍ଥିତିର ସେ ଭଲ ଦିଗକୁ ଖୋଜୁଥିଲେ ଏବଂ ନିଜ ଟିକଟକ୍ ଭିଡିଓ ମାଧ୍ୟମରେ ଆଶା ଏବଂ ଉତ୍ସାହର ବାର୍ତ୍ତା ଦେଇ ସେ ଅନେକ ଜୀବନକୁ ଆଲୋକିତ କରି ପାରୁଥିଲେ।’
୨୦୨୦ ମସିହା ନଭେମ୍ବରରେ ହାରିସନ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ପ୍ରଥମ ଥର ଜଣାପଡ଼ିଲା। ଏହାଦ୍ୱାରା ତାଙ୍କ ଶରୀରର ସୁଷ୍ମ ଟିସୁ ପ୍ରଭାବିତ ହେଉଥିଲା। ଦୀର୍ଘ ଦିନର ଚିକିତ୍ସା ପରେ ସେ ସୁସ୍ଥତା ଆଡ଼କୁ ଗତି କରିଥିଲେ। ଏହାକୁ ନେଇ ପରିବାର ଲୋକେ ଖୁବ୍ ଖୁସି ଥିଲେ। କିନ୍ତୁ କିଛି ମାସ ପରେ ପୁଣି ଥରେ ହାରିସନ ଅସୁସ୍ଥତା ଅନୁଭବ କରିବାରୁ ଟେଷ୍ଟ ପରେ କ୍ୟାନସର ଶେଷ ଷ୍ଟେଜରେ ପହଞ୍ଚି ସାରିଥିବା ଜଣାପଡ଼ିଲା।
ଏନେଇ ହାରିସନ ଗତ ଜୁନ୍ରେ ନିଜ ଫ୍ୟାନ୍ସଙ୍କୁ ଜଣାଇଥିଲେ। ଏପରିକି ସେ ଖୁବ୍ କମ୍ ଦିନ ବଞ୍ଚିବେ ଜାଣି ନିଜର ‘ୱିଶ୍ ଲିଷ୍ଟ’ ଡକ୍ୟୁମେଣ୍ଟ ଲଞ୍ଚ କରିଥିଲେ। ଏପରିକି ମୃତ୍ୟୁ ପୂର୍ବରୁ ସେ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଖୁବ୍ ଆଗ୍ରହୀ ଥିଲେ।
ଫ୍ୟାନ୍ସମାନେ ହାରିସନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିବା ବେଳେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ଶେଷରେ ଆଖି ବୁଜିଛନ୍ତି ଏହି ପପୁଲାର ଟିକ୍ଟକ୍ ଷ୍ଟାର।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/N1En2hp
No comments:
Post a Comment