କଂଗ୍ରେସକୁ ଟାର୍ଗେଟ କଲେ ଆଣ୍ଟୋନୀଙ୍କ ପୁଅ, କହିଲେ- ଏକ ପରିବାର ପାଇଁ କାମ କରିବା ମୋ’ ଧର୍ମ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 6, 2023

କଂଗ୍ରେସକୁ ଟାର୍ଗେଟ କଲେ ଆଣ୍ଟୋନୀଙ୍କ ପୁଅ, କହିଲେ- ଏକ ପରିବାର ପାଇଁ କାମ କରିବା ମୋ’ ଧର୍ମ ନୁହେଁ

‘ଆଜିକାଲି କଂଗ୍ରେସ ନେତା ଓ କର୍ମୀମାନେ ଅନୁଭବ କରୁଛନ୍ତି ଯେ ଏକ ପରିବାର ପାଇଁ କାମ କରିବା ହେଉଛି ସେମାନଙ୍କ ଧର୍ମ। କିନ୍ତୁ ମୋର ଧର୍ମ ହେଉଛି ଦେଶ ପାଇଁ କାମ କରିବା।’ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ କେ ଆଣ୍ଟୋନୀ ଗୁରୁବାର ବିଜେପିରେ ମିଶିବା ପରେ ପ୍ରଥମେ କଂଗ୍ରେସକୁ ଟାର୍ଗେଟ କରି ଏପରି କଡ଼ା ମନ୍ତବ୍ୟ ଦେଇଛନ୍ତି। ଏଥିସହ ସେ ଲୋକପ୍ରିୟ ସଂସ୍କୃତ ପଦ 'ଧର୍ମ ରକ୍ଷତି ରକ୍ଷୀତ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ବିଜେପିରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ପ୍ରଶଂସା କରି ଅନୀଲ କେ ଆଣ୍ଟୋନୀ କହିଛନ୍ତି ଯେ ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ତାଙ୍କର ଦୃଷ୍ଟିକୋଣ ସ୍ପଷ୍ଟ ଏବଂ ଏଥିରେ ସହଯୋଗ କରିବା ମୋର କର୍ତ୍ତବ୍ୟ। ବିଜେପିର ଧର୍ମ ହେଉଛି ରାଷ୍ଟ୍ର ପାଇଁ କାମ କରିବା । ଏକ ପରିବାର ପାଇଁ କାମ କରିବା ଏହି ଦଳର ଧର୍ମ ନୁହେଁ।

ଏକେ ଆଣ୍ଟୋନୀ କଂଗ୍ରେସର ଜଣେ ଆଗଧାଡ଼ିର ନେତା ଥିବା ବେଳେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି। ସେହିପରି ତାଙ୍କ ପୁଅ ଦୀର୍ଘ ବର୍ଷ କଂଗ୍ରେସରେ ସକ୍ରୀୟ ଭାବେ କାର୍ଯ୍ୟରତ ଥିବା ବେଳେ କେରଳ ୟୁନିଟର ଡିଜିଟାଲ ମିଡିଆ ବିଭାଗର ମୁଖ୍ୟ ଭାବେ ମଧ୍ୟ କାମ କରିଛନ୍ତି। ମାତ୍ର ଗତ ଜାନୁୟାରୀରେ ଅନୀଲ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ।

ଏହାପରେ ତାଙ୍କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଗତକାଲି ସେ ବିଜେପିରେ ସାମିଲ ହୋଇଛନ୍ତି। ପୁଅର ଏପରି ପଦକ୍ଷେପରେ ଏକେ ଆଣ୍ଟୋନୀ ଖୁବ୍‌ ଦୁଃଖିତ ଥିବା ବେଳେ ଏବେ ବି ପିତାଙ୍କ ପାଇଁ ମନରେ ଖୁବ୍‌ ସମ୍ମାନ ଥିବା କହିଛନ୍ତି ଅନୀଲ କେ ଆଣ୍ଟୋନୀ ।

ଅନୀଲଙ୍କୁ ବିଜେପିକୁ ସ୍ୱାଗତ କରି ଗୋୟଲ ତାଙ୍କୁ ଜଣେ ତୃଣମୂଳ ରାଜନୈତିକ କର୍ମୀ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ବିଜେପି ଦେଶର ବିକାଶ ପାଇଁ ସବୁବେଳେ କାର୍ଯ୍ୟରତ । ଦେଶର ସ୍ଥାୟୀ ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ସେ ସହମତ ବୋଲି କହିଛନ୍ତି ଅନୀଲ।

ବିଜେପିରେ ଯୋଗଦେବା ପୂର୍ବରୁ ସେ ପିତାଙ୍କ ସହ ପରାମର୍ଶ କରିଛନ୍ତି କି ବୋଲି ପଚରାଯାଇଥିବା ବେଳେ ଅନୀଲ କହିଛନ୍ତି ଯେ ଏହା ବ୍ୟକ୍ତିତ୍ୱ ବିଷୟରେ ନୁହେଁ, ଏହା ଚିନ୍ତାଧାରା ଉପରେ ଆଧାରିତ । ମୋର ଦୃଢ ବିଶ୍ୱାସ ଅଛି ଯେ, ମୁଁ ସଠିକ୍ ପଦକ୍ଷେପ ନେଇଛି। ମୋ ବାପାଙ୍କ ପ୍ରତି ମୋର ସମ୍ମାନ ସମାନ ରହିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ବିବାଦୀୟ ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିଥିଲେ ଅନୀଲ । ଫଳରେ ତାଙ୍କୁ ନେଇ କଂଗ୍ରେସ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାପରେ ସେ ଗତକାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜେପିରେ ସାମିଲ ହୋଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Iehbjrd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages