କଟକରେ ସ୍ୱରେଜ୍ ଟାଙ୍କି ଭିତରେ ଫଶି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଅସନ୍ତୋଷ ଝାଡ଼ିଲେ ଏନ୍‌ଏଚ୍‌ଆରସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 19, 2023

କଟକରେ ସ୍ୱରେଜ୍ ଟାଙ୍କି ଭିତରେ ଫଶି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଅସନ୍ତୋଷ ଝାଡ଼ିଲେ ଏନ୍‌ଏଚ୍‌ଆରସି

କଟକରେ ସ୍ୱରେଜ୍ ଟାଙ୍କି ଭିତରେ ଫଶି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଅସନ୍ତୋଷ ଝାଡ଼ିଲେ ଜାତୀୟ ମାନବାଧିକାର କମିଶନ। ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଜାତୀୟ ମାନବାଧିକାର କମିଶନର(ଏନ୍‌ଏଚ୍‌ଆରସି)। ମୁଖ୍ୟ ଶାସନ ସଚିବଙ୍କୁ ୪ ସପ୍ତାହ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ମାଗିଛନ୍ତି। ଜାତୀୟ ମାନବାଧିକାର କମିଶନର ଏହାକୁ ରାଜ୍ୟ ସରକାରରଙ୍କ ଚରମ ଅବହେଳା ବୋଲି ଦର୍ଶାଇଛନ୍ତି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ କାହିଁକି କ୍ଷତିପୂରଣ ନ ଦେବେ ବୋଲି ପଚାରିଛନ୍ତି ଏନଏଚଆରସି।

୨୦୨୧ ଅପ୍ରେଲ୍ ୧୫ ତାରିଖରେ ଘଟିଥିଲା ଘଟଣା। କଟକ ସିଡିଏ ସେକ୍ଟର ୧୦ ସ୍ଥିତ ସ୍ୱରେଜ୍ ଟାଙ୍କି ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଶ୍ରମିକ ଦ୍ୱୟ ହେଲେ ପି. ଶଙ୍କର ଏବଂ ବିଷ୍ଣୁ ନାୟକଙ୍କ। ଅନ୍ୟଜଣେ ଶ୍ରମିକ ଡି ଶିବା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ଏହି ମାମଲାରେ ବିଭାଗୀୟ ତଦନ୍ତ ମଧ୍ୟ ହୋଇଥିଲା। ଯେଉଁଥିରେ ପିଏଚ୍‌ଡି କନିଷ୍ଠ ଯନ୍ତ୍ରୀ ଓ ନିର୍ଦ୍ଦେଶକଙ୍କୁ ଘଟଣା ପାଇଁ ଦାୟୀ କରାଯାଇଥିଲା। ସେମାନେ ପରେ କୋର୍ଟରେ ଆତ୍ମସମର୍ପଣ କରି ବେଲ୍‌ରେ ଯାଇଥିଲେ। ହେଲେ ଏପର୍ଯ୍ୟନ୍ତ ଏହି ମାମଲାରେ ମୃତାହତଙ୍କୁ କୌଣସି ସରକାରୀ ସହାୟତା ଦିଆଯାଇନାହିଁ।

ଏନେଇ ମାନବଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ କରିଥିଲେ। ଯାହାପରେ କମିଶନ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।

ସାରା ଦେଶରେ ମାନୁଆଲ୍ ସ୍କାଭେଜିଂକୁ ନିଷେଦ୍ଧ କରାଯାଇଥିବା ବେଳେ ଓଡିଶାର ବିଭିନ୍ନ ସ୍ଥାନରେ ଏବେ ବି ମଣିଷମାନଙ୍କ ଦ୍ୱାରା ନିଜ ହାତରେ ମଇଳା ସଫା କରାଯାଉଛି। ଫଳରେ ବାରମ୍ବାର ଅଘଟଣ ଘଟୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Amb4c6f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages