କଟକ ବଡ଼ ମେଡ଼ିକାଲ(ଏସସିବି)ରେ ଜଣେ ମହିଳା ସୁଇପରଙ୍କୁ ସୁପରଭାଇଜର ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। କାଜୁଆଲିଟିରେ କାର୍ଯ୍ୟରତ ଜଣେ ମହିଳା ସୁଇପରକୁ ସୁପରଭାଇଜର ଜଣକ ମେଡିକାଲ ଏସଆର ହଷ୍ଟେଲକୁ ରୁମ୍ ସଫା କରିବା ବାହାନାରେ ଡାକି ଦୁଷ୍କର୍ମ କରିଥିବା ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା।
ଏହି ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରି ଦେବାପାଇଁ ସୁପରଭାଇଜର ପୀଡିତାଙ୍କୁ ଧମକ ଦେଇଥିବା ଜଣାପଡ଼ିଛି।
ତେବେ ମେଡିକାଲରେ ସୁଇପରଙ୍କୁ ନିଯୁକ୍ତ କରିଥିବା ଆଉଟସୋର୍ସିଂ ସଂସ୍ଥାର ମାଲିକଙ୍କୁ ଏନେଇ ମହିଳା ସୁଇପର ପ୍ରଥମେ ଜଣାଇଥିଲେ। ହେଲେ ଆଉଟସୋର୍ସିଂ ସଂସ୍ଥାର ମାଲିକ ସୁପରଭାଇଜର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ପରେ ମହିଳା ସୁଇପର ଗତକାଲି ସନ୍ଧ୍ୟାରେ ମଙ୍ଗଳବାଗରେ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାରେ ସଂପୃକ୍ତ ଜଣେ ମହିଳାଙ୍କ ବିରୋଧରେ ବି ଅଭିଯୋଗ ହୋଇଛି। ପୁଲିସ ଓ ସାଇଣ୍ଟିଫିକ୍ ଟିମ ସହିତ ଘଟଣାର ତଦନ୍ତ କରୁଛି। ଘଟଣାପରେ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/7o5e8wp
No comments:
Post a Comment