ହୁସିଆର! ବାଘ ବୁଲୁଛି, ଜଙ୍ଗଲକୁ କେହି ଯାଆନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 1, 2023

ହୁସିଆର! ବାଘ ବୁଲୁଛି, ଜଙ୍ଗଲକୁ କେହି ଯାଆନ୍ତୁ ନାହିଁ

‘ହୁସିଆର! ବୁଲୁଛି ବାଘ। ଜଙ୍ଗଲକୁ କେହି ଯାଆନ୍ତୁ ନାହିଁ। ଗୃହପାଳିତ ପଶୁକୁ ଛାଡ଼ନ୍ତୁ ନାହିଁ।’ ଏମିତି କିଛି ନିର୍ଦ୍ଦେଶନାମା ଜାରି କରିଛି କେନ୍ଦୁଝର ଘଟଗାଁ ବନ ବିଭାଗ।

ଜଙ୍ଗଲରେ ବାଘ ବୁଲୁଥିବା ନେଇ କେନ୍ଦୁଝର ଅଟେଇ ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ ବାରଣ ହୋଇଛିା ଲୋକେ ନିଜେ ଯାଆନ୍ତୁନି କିମ୍ବା ଗୃହପାଳିତ ପଶୁଙ୍କୁ ଛାଡ଼ନ୍ତୁନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜଙ୍ଗଲରେ ବାଘ ବୁଲୁଥିବା ସୂଚନା ମିଳିବା ପରେ ବନବିଭାଗ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛିା ଏନେଇ ୩ଟି ପଞ୍ଚାୟତ- ବଡ଼ଜାମୁପଶି, ଉପରଡିହା ଓ ଆନନ୍ଦପୁର ଡିଭିଜନର କୋଳିମାଟି ସରପଞ୍ଚଙ୍କୁ ଚିଠି ଲେଖିଛନ୍ତି ଘଟଗାଁ ରେଞ୍ଜର। ଏଥିସହ ୪୦ଜଣ ମଇଁଷି ମାଲିକଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। 

ରେଞ୍ଜର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସର୍ବସଧାରଣମାନଙ୍କୁ ଜଣାଇ ଦିଆଯାଉଛି ଯେ ଅଟେଇ ସଂକ୍ଷିତ ଜଙ୍ଗଲରେ ବାଘ ବୁଲୁଛି। ଏଥିପାଇଁ ଜଙ୍ଗଲକୁ କେହି ପ୍ରବେଶ କରନ୍ତୁ ନାହିଁ କିମ୍ବା ଗୃହପାଳିତ ପଶୁକୁ ଛାଡ଼ନ୍ତୁ ନାହିଁ। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆପଣଙ୍କର କିମ୍ବା ଗୃହପାଳିତ ପଶୁମାନଙ୍କର କୌଣସି କ୍ଷତି ହେଲେ ବନ୍ୟ ଜନ୍ତୁ ସଂକ୍ଷିତ ନିୟମ ଅନୁଯାୟୀ ଆପଣଙ୍କ କୌଣସି କ୍ଷତିପୂରଣ ଦିଆଯିବ ନାହିଁ।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8Ybu69l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages