ଆଜି ବ୍ରିଟେନକୁ ମିଳିବ ନୂଆ ରାଜା, ଉତ୍ସବମୁଖର ବଙ୍କିଙ୍ଗହମ୍ ପ୍ୟାଲେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 5, 2023

ଆଜି ବ୍ରିଟେନକୁ ମିଳିବ ନୂଆ ରାଜା, ଉତ୍ସବମୁଖର ବଙ୍କିଙ୍ଗହମ୍ ପ୍ୟାଲେସ

ଆଜି ବ୍ରିଟେନକୁ ମିଳିବ ନୂଆ ରାଜା। କିଙ୍ଗ୍ ଚାର୍ଲସଙ୍କର ହେବ ରାଜ୍ୟାଭିଷେକ। ଆଜି ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କରିବେ ଚାର୍ଲସ । ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ ବ୍ରିଟେନ ସହିତ ଅନ୍ୟ ୧୪ଟି ଦେଶର ୪୦ତମ ରାଜା ବନିବେ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ବଙ୍କିଙ୍ଗହମ୍ ପ୍ୟାଲେସ ।

ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ପରେ ଏହି ପଦ କିଙ୍ଗ୍ ଚାର୍ଲସ ସମ୍ଭାଳିଥିଲେ । ମାତ୍ର ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହୋଇନଥିଲା ।

ଆଜି ଭାରତୀୟ ସମୟ ଅପରାହ୍ନ ୩ଟା ବେଳେ ବଙ୍ଗିହାମ ପ୍ୟାଲେସରୁ ଶୋଭାଯାତ୍ରାରେ ବାହାରିବେ କିଙ୍ଗ୍ ଚାର୍ଲସ ଓ ରାଣୀ କାମିଲା । ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚରେ ବସି ସେମାନେ ଯିବେ ୱେଷ୍ଟମିନଷ୍ଟର ଆବେକୁ। ୧୮ ଫୁଟ୍ ଲମ୍ବା, ୩ ଟନ୍ ଓଜନ ଡାଇମଣ୍ଡ । ଜୁବଲି ଷ୍ଟେଟ୍ କୋଚକୁ ଟାଣିଟାଣି ନେବେ ୬ଟି ଘୋଡ଼ା । ସାଥିରେ ଚାଲିବେ ଅଙ୍ଗରକ୍ଷୀ ।

ଅପରାହ୍ନ ସାଢ଼େ ୩ଟା ବେଳକୁ ରାଜପରିବାର ସଦସ୍ୟ ଏବଂ ଅତିଥିଙ୍କ ଉପସ୍ଥିତିରେ ରାଜ୍ୟାଭିଷେକ କରିବେ ଆର୍କ ବିଶପ୍ । ଘଣ୍ଟାଏ ଧରି ଚାଲିବ ବିଭିନ୍ନ ରୀତିନୀତି। ସନ୍ଧ୍ୟା ୬ଟା ୪୫ରେ ରାଜପରିବାର ବକିଙ୍ଗହମ୍ ପ୍ୟାଲେସ ବାଲକୋନିରୁ ଜନତାଙ୍କୁ ଦେଖା ଦେବେ।

 ଦେଶ ବିଦେଶର ପ୍ରାୟ ୨ ହଜାର ଅତିଥି ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାର ସିଧା ପ୍ରସାରଣ କରାଯିବ । ଏହି ଅବସରରେ ଭାରତ ତରଫରୁ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଓ ତାଙ୍କ ପତ୍ନୀ ଯୋଗ ଦେବେ ବୋଲି ଜଣାଯାଇଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/caezn8N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages