କିଏ ହେବେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ? ଆଜି କଂଗ୍ରେସ ବିଧାୟକ ଦଳ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 14, 2023

କିଏ ହେବେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ? ଆଜି କଂଗ୍ରେସ ବିଧାୟକ ଦଳ ବୈଠକ

କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସ ରେକର୍ଡ ବିଜୟ ହାସଲ କରିଛି। ଦଳ ୧୩୫ଟି ବିଧାନସଭା ଆସନରେ ବାଜିମାତ କରି ସରକାର ଗଠନ କରିବାକୁ ଯାଉଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ଦଳ ଏହାଠାରୁ ଯଥେଷ୍ଟ ଅଧିକ ଆସନ ଜିତିଛି।

ନିର୍ବାଚନରେ କଂଗ୍ରେସ ବାଜିମାତ କରିଥିଲେ ହେଁ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର ରହିଥିବା ବେଳେ ଅନ୍ୟପଟେ ରହିଛନ୍ତି ବରିଷ୍ଠ ନେତା ସିଦ୍ଦରମୈୟା। ଉଭୟ ମୁଖ୍ୟମନ୍ତ୍ରୀ ଚୌକି ଉପରେ ନଜର ରଖିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ନିଷ୍ପତ୍ତି ନେବାକୁ ଆଜି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଛି। ସମସ୍ତ ନବ ନିର୍ବାଚିତ ବିଧାୟକ ଏହି ବୈଠକରେ ଯୋଗଦେବେ। କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଶିବକୁମାର ଟ୍ୱିଟ କରି ଆଜି ସନ୍ଧ୍ୟା ୬ଟାରେ ବିଧାୟକ ଦଳ ବୈଠକ ବସୁଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ସନ୍ଧ୍ୟା ୬ଟାରେ ବେଙ୍ଗାଲୁରୁର ଶଙ୍ଗରୀ ଲା ହୋଟେଲରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ଏଥିରେ ସମସ୍ତ ବିଧାୟକ ଯୋଗଦେବେ।

ସୂଚନା ଅନୁସାରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହିଁ କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ନିଷ୍ପତ୍ତି ନେବେ। ଏନେଇ ବୈଠକରେ ଗୋଟିଏ ସଂକଳ୍ପ ପାରିତ କରାଯିବ। ସମସ୍ତ ବିଧାୟକ ଏଥିରେ ଦସ୍ତଖତ କରିବେ। ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନପାରେ। କିନ୍ତୁ ବିଧାୟକମାନଙ୍କ ମତାମତକୁ ଶୁଣିବା ପାଇଁ ଆଜିର ବୈଠକ ଡକାଯାଇଛି।

ଶିବକୁମାର ଓ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛି। ଉଭୟଙ୍କ ଦବଦବା ଦଳ ଭିତରେ ଅଛି। ଯଦି ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତା’ହେଲେ ଅନ୍ୟ ଜଣଙ୍କ କ୍ୟାମ୍ପରେ ବିଦ୍ରୋହ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ହାଇକମାଣ୍ଡ ସବୁ କିଛିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ରେଜଲ୍ଟୁ ବାହାରିବା ପରେ ଡିକେ ଶିବକୁମାର ତାଙ୍କ ପରିବାର ଓ ସାଂସଦ ଭାଇ ଡିକେ ସୁରେଶଙ୍କ ସହ ବେଙ୍ଗାଲୁରୁ ଠାରୁ ୧୨୦ କିମି ଦୂର ମନ୍ଦିରକୁ ଯାଇଛନ୍ତି। ସେଠାରେ ସେ ପୂଜାର୍ଚ୍ଚନା ମଧ୍ୟ କରିବେ। ସେହିପରି ସିଦ୍ଦରମୈୟାଙ୍କ ସମର୍ଥକମାନେ ବେଙ୍ଗାଲୁରୁ ସ୍ଥିତ ତାଙ୍କ ଘର ଆଗରେ ପୋଷ୍ଟର ମାରିବା ସହ ସେ ହିଁ କର୍ଣ୍ଣାଟକାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି।

ଶନିବାର କର୍ଣ୍ଣାଟକାରେ ଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଦିଲ୍ଲୀ ଫେରି ଯାଇଛନ୍ତି। ସେ ଆଜି ଅପରାହ୍ନରେ ସୋନିଆ ଗାନ୍ଧିଙ୍କୁ ଭେଟିବେ। ତେଣୁ ବେଙ୍ଗାଲୁରୁରେ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ସେ ଯୋଗ ଦେଇପାରିବେ ନାହିଁ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pnVCDxT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages