ହିନ୍ଦୁ ବହୁଳ ୱାର୍ଡରେ ବାଜି ମାରି ନେଲେ ସ୍ୱାଧୀନ ମୁସଲିମ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 13, 2023

ହିନ୍ଦୁ ବହୁଳ ୱାର୍ଡରେ ବାଜି ମାରି ନେଲେ ସ୍ୱାଧୀନ ମୁସଲିମ ପ୍ରାର୍ଥୀ

ରାଜନେତାମାନେ ହିନ୍ଦୁ-ମୁସଲିମ କରି ଭୋଟ ହାତେଇବାକୁ ଚେଷ୍ଟା କରୁଥିଲେ ହେଁ ଲୋକମାନେ ଭାଇଚାରାର ଉଦାହଣ ସୃଷ୍ଟି କରିଛନ୍ତି। ଅଯୋଧ୍ୟାର ହିନ୍ଦୁତ୍ୱ ନର୍ଭ ସେଣ୍ଟର ଭାବେ ପରିଚିତ ଗୋଟିଏ ୱାର୍ଡରେ ସମସ୍ତଙ୍କୁ ଚକିତ କରି ଜଣେ ସ୍ୱାଧୀନ ମୁସଲିମ ପ୍ରାର୍ଥୀ ବାଜିମାତ କରିଛନ୍ତି।

ଯେଉଁ ୱାର୍ଡଟି ହିନ୍ଦୁ ଗଡ଼ ବା ହିନ୍ଦୁ ବହୁତ ଅଞ୍ଚଳ ଭାବେ ପରିଚିତ ଥିଲା, ସେଠାରେ ଅନୁଷ୍ଠିତ ପୌର ନିର୍ବାଚନରେ ଜଣେ ମୁସଲିମ ପ୍ରାର୍ଥୀ ଜିତିବା ସମସ୍ତଙ୍କୁ ଚକିତ କରିଛି। ହେଲେ ଏହି ବିଜୟ ପରେ ୱାର୍ଡରେ ଥିବା ଭାଇଚାରା ପରମ୍ପରାକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଅଯୋଧ୍ୟାରେ ବିଜେପି ମେୟର ନିର୍ବାଚନ ଜିତିଥିବା ବେଳେ ଦଳ ୬୦ଟି ୱାର୍ଡରୁ ୨୭ଟିରେ ବିଜୟୀ ହୋଇଛି। ସମାଜବାଦୀ ପାର୍ଟି ୧୭ଟି ଓ ସ୍ୱାଧୀନ ପ୍ରାର୍ଥୀ ଏଠାରେ ୧୦ଟି ଲେଖାଏ ୱାର୍ଡରେ ଜିତିଛନ୍ତି। ଏହି ୧୦ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ସୁଲତାନ ଅନସାରୀ।

ସେ ପ୍ରଥମଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ରାମ ଅଭିରାମ ଦାସ ୱାର୍ଡରୁ ନିର୍ବାଚିତ ହୋଇଛନ୍ତି। ରାମ ଜନ୍ମଭୂମି ମନ୍ଦିର ଅଭିଯାନ ସମୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ରାମ ଅଭିରାମ ଦାସଙ୍କ ନାଁ ଅନୁସାରେ ଏହି ୱାର୍ଡଟି ନାମିତ ହୋଇଛି। ଏଠାରେ ହିନ୍ଦୁ ଲୋକଙ୍କ ସଂଖ୍ୟା ଅଧିକ। 

ତେବେ ସୁଲତାନ ହିନ୍ଦୁ ବହୁଳ ୱାର୍ଡରୁ ବିଜୟୀ ହୋଇ ଅଯୋଧ୍ୟାରେ ଭାଇଚାରା ରହିଥିବା ସମସ୍ତଙ୍କୁ ପ୍ରମାଣ କରି ଦେଖାଇଛନ୍ତି। ସେ କହିଛନ୍ତିଳ “ଆମ ୱାର୍ଡରେ ରହୁଥିବା ହିନ୍ଦୁ ଭାଇ ଓ ଭଉଣୀମାନେ ମୋତେ କେବେ ହେଲେ ଅଣଦେଖା କରି ନାହାନ୍ତି। ମୁଁ ଅନ୍ୟ ଧର୍ମରୁ ଆସିଛି ବୋଲି ସେମାନେ କେବେ ହେଲେ ମୋତେ ଭାବିବାକୁ ସୁଯୋଗ ଦେଇନାହାନ୍ତି। ସେମାନେ ସମସ୍ତେ ମୋତେ ସମର୍ଥନ କରିବା ସହ ଜିତାଇଛନ୍ତି।”

ଏହି ୱାର୍ଡରେ ମୋଟ ୨୩୮୮ ଖଣ୍ଡ ଭୋଟ ପଡ଼ିଥିଲା। ଅନସାରୀ ୪୨% ଅର୍ଥାତ ୯୯୬ ଖଣ୍ଡ ଭୋଟ ପାଇଛନ୍ତି। ମୋଟ ୧୦ ଜଣ ପ୍ରାର୍ଥୀ ଏଠାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ବିଜେପି ଏଠାରେ ତୃତୀୟ ସ୍ଥାନରେ ରହିଛି। ଅନସାରୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନଗେନ୍ଦ୍ର ମାଞ୍ଝୀଙ୍କୁ ୪୪୨ ଖଣ୍ଡ ଭୋଟରେ ହରାଇଛନ୍ତି। ନଗେନ୍ଦ୍ର ମଧ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ।

ହିନ୍ଦୁ ଗଡ଼ ଭାବେ ପରିଚିତ ଗୋଟିଏ ୱାର୍ଡରୁ ନିର୍ବାଚନ ଲଢ଼ିବାରେ କିଛି ଅସୁବିଧା ହୋଇନି ବୋଲି ପ୍ରଶ୍ନରେ ଅନସାରୀ କହିଛନ୍ତି, “ମୁଁ ଏଠାକାର ବାସିନ୍ଦା। ମୁଁ ଯେତିକି ଜାଣିଛି ମୋ ପୂର୍ବପୁରୁଷମାନେ ମଧ୍ୟ ୨୦୦ ବର୍ଷ ହେଲା ଏଠାରେ ରହୁଥିଲେ। ଯେତେବେଳେ ମୁଁ ନିର୍ବାଚନ ଲଢ଼ିବାକୁ ଇଚ୍ଛା କଲି ସେତେବେଳେ ମୋ ହିନ୍ଦୁ ବନ୍ଧୁମାନେ ମୋତେ ଉତ୍ସାହିତ କରିଥିଲେ। ସେମାନେ ମୋତେ ଜିତାଇଛନ୍ତି।”

ୱାର୍ଡର ଜଣେ ବାସିନ୍ଦା ଅନୂପ କୁମାର କହିଛନ୍ତି, “ଅଯୋଧ୍ୟାରେ ମୁସଲିମାନେ କେମିତି ରହିବେ ବୋଲି ଲୋକମାନେ ବାହାରେ ବସି ଆକଳନ କରୁଛନ୍ତି। କିନ୍ତୁ ସେମାନେ ଏବେ ଭଲ ଭାବେ ଜାଣି ପାରିଥିବେ ଯେ ଅଯୋଧ୍ୟାରେ କେବଳ ମୁସଲିମାନେ ରୁହନ୍ତି ନାହିଁ, ସେମାନେ ନିର୍ବାଚନ ମଧ୍ୟ ଜିତନ୍ତି।”

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ମେୟର ନିର୍ବାଚନରେ ବିଜେପି କ୍ଲିନସୁଇପ କରିଛି। ଦଳ ଏଠାରେ ୧୭ଟି ଯାକ ପୌରନିଗମରେ ବାଜିମାତ କରିଛି। ମନ୍ଦିର ସହର ଅଯୋଧ୍ୟାରେ ବିଜେପି ପ୍ରାର୍ଥୀ ଗିରିଶ ପତି ତ୍ରିପାଠୀ ମେୟର ନିର୍ବାଚନ ଜିତିଛନ୍ତି। ସେ ସମାଜବାଦୀ ପାର୍ଟିର ଆଶିଷଙ୍କୁ ୩୫,୬୩୮ ଖଣ୍ଡ ଭୋଟରେ ହରାଇଛନ୍ତି।

ତ୍ରିପାଠୀ ମୋଟ ୭୭,୪୯୪ ଖଣ୍ଡ ଭୋଟ ପାଇଥିବା ବେଳେ ଏଆଇଏମଆଇଏମର ରେହାନ ୧୫,୧୦୭ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି। ବିଏସ୍‌ପି ପ୍ରାର୍ଥୀ ରାମ ମୁର୍ତି ୧୨,୮୫୧ ଖଣ୍ଡ ଭୋଟ ଓ କଂଗ୍ରେସର ପ୍ରମିଳା ରାଜପୁତ ୪,୦୮୪ ଖଣ୍ଡ ଭୋଟ ହାତେଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WwTPlum

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages