ଅଷ୍ଟ୍ରେଲିଆ କଥା କହି ବିରୋଧୀଙ୍କ ‘ବୟକଟ୍‌’ ନିଷ୍ପତ୍ତିକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 25, 2023

ଅଷ୍ଟ୍ରେଲିଆ କଥା କହି ବିରୋଧୀଙ୍କ ‘ବୟକଟ୍‌’ ନିଷ୍ପତ୍ତିକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ସଂସଦର ନୂଆ ବିଲ୍‌ଡିଂ ଉଦଘାଟନୀ କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ବୟକଟ କରିଥିବାରୁ ଏହାକୁ ଆଜି ପରୋକ୍ଷରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଅଷ୍ଟ୍ରେଲିଆର ଉଦାହରଣ ଦେଇ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିଛନ୍ତି। ୩ ଦିନିଆ ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ମୋଦି ଆଜି ଦିଲ୍ଲୀ ଫେରିଛନ୍ତି।

ସେ ଦିଲ୍ଲୀରେ ପହଞ୍ଚି ସିଡ୍‌ନୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କଥା ଉଠାଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ଶୁଣିବା ପାଇଁ ୨୦ ହଜାର ଲୋକ ଆସିଥିଲେ। ମୋଦି ଏହାର ଉଦାହରଣ ଦେଇ କହିଛନ୍ତି ଯେ ଉକ୍ତ କାର୍ଯ୍ୟକ୍ରମରେ କେବଳ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେସ ଉପସ୍ଥିତ ନଥିଲେ ବରଂ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳର ସାଂସଦମାନେ ସାମିଲ ହୋଇଥିଲା।

ସେମାନେ ନିଜ ଦେଶର ସମ୍ମାନ ପାଇଁ ଏକାଠି ହୋଇଥିଲେ। ଶାସକ ଦଳ ଓ ବିରୋଧୀ ଦଳର ସାଂସଦ ଏକାଠି ବସିଥିଲେ। ସେମାନେ ସମସ୍ତେ ମିଳିତ ଭାବେ ଏହି ସାର୍ବଜନୀନ କାର୍ଯ୍ୟକ୍ରମରେ ଭାଗ ନେଇ ଦେଶର ସମ୍ମାନ ରଖିଛନ୍ତି ବୋଲି ମୋଦି କହିଛନ୍ତି।

ମହାମାରୀ କରୋନାର ଭୟଙ୍କର ରୂପ ବେଳେ ଭାରତ ସରକାର ବିଦେଶକୁ କୋଭିଡ ଟିକା ରପ୍ତାନୀ କରିଥିଲେ। ଏହା ଉପରେ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ଏବେ ଏହି ପ୍ରସଙ୍ଗରେ ମଧ୍ୟ ସେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସମସ୍ୟା ସମୟରେ ମୋଦି କାହିଁକି ବିଦେଶକୁ ଟିକା ପଠାଉଥିଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ହେଲେ ସମସ୍ତେ ମନେ ରଖିବା ଦରକାର ଯେ ଏହି ଦେଶ ବୁଦ୍ଧଙ୍କର। ଏହା ଗାନ୍ଧିଙ୍କ ଦେଶ। ଆମେ ଆମ ଶତ୍ରୁ କଥା ମଧ୍ୟ ଚିନ୍ତା କରୁ। ଆମେ ଦୟା ବା କରୁଣା ଦ୍ୱାରା ଅନୁପ୍ରାଣିତ ହୋଇଥିବା ଲୋକ।”

ରବିବାର ପ୍ରଧାନମନ୍ତ୍ରୀ ପ୍ରାୟ ୧୨ଶହ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲ୍‌ଡିଂକୁ ଉଦଘାଟନ କରିବେ। ତେବେ କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ଏହି କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବଦଳରେ ସେମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦର ନୂଆ ବିଲ୍‌ଡିଂ ଉଦଘାଟନ ହେବା ଦରକାର ବୋଲି କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/5AvwzSE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages