ଜହ୍ଲାଦ ସ୍ୱାମୀ; ସ୍ତ୍ରୀକୁ ବିଲରେ ହାଣିଲା, ମୁଣ୍ଡ ଧରି ଘରେ ପହଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 25, 2023

ଜହ୍ଲାଦ ସ୍ୱାମୀ; ସ୍ତ୍ରୀକୁ ବିଲରେ ହାଣିଲା, ମୁଣ୍ଡ ଧରି ଘରେ ପହଞ୍ଚିଲା

ସାତ ଜନମର ସାଥୀ ହେବାପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ। ହେଲେ ଏହି ପବ୍ରିତ ସମ୍ପର୍କ ଗୋଟିଏ ଜନ୍ମରେ ତୁଟି ଗଲା। କ୍ଷେତରେ ପତ୍ନୀକୁ ହତ୍ୟା କରି କଟା ମୁଣ୍ଡ ଆଣି ଘର ଦାଣ୍ଡରେ ରଖିଦେଲା ଜହ୍ଲାଦ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଉର୍ମିଳା କାର୍ଜି। ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉରା କରୁଛି।

ସୂଚନା ଅନୁସାରେ, ଆଜି ସକାଳେ ସ୍ୱାମୀ ଚନ୍ଦ୍ରଶେଖର ଓ ସ୍ତ୍ରୀ ଉର୍ମିଳା ବଗଡକୁ ଚାଷ କାର୍ଯ୍ୟ କରିବାକୁ ଯାଇଥିଲେ। ବିଲରେ କାମ କରୁଥିବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲେ। ଚନ୍ଦ୍ରଶେଖର ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହତ୍ୟା କରିଥିଲା। ଏତିକିରେ ଚନ୍ଦ୍ରଶେଖରର ରାଗ ଶାନ୍ତ ହୋଇନଥିଲା। ପରେ ସ୍ତ୍ରୀର ମୁଣ୍ଡଗଣ୍ଡିକୁ ଧାରୁଆ ଅସ୍ତ୍ରରେ ହାଣି ଅଲଗା କରିଦେଇଥିଲା। ପରେ ସ୍ତ୍ରୀର ମୁଣ୍ଡକୁ ଆଣି ନିଜ ଘର ଦୁଆର ବନ୍ଧରେ ଥୋଇଦେଇଥିଲା  ପିଶାଚ ସ୍ୱାମୀ। ଗ୍ରାମବାସୀ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଚନ୍ଦ୍ରଶେଖରକୁ ଅଟକ ରଖି ହତ୍ୟାକାଣ୍ଡ ବିଷୟରେ ପଚରାଉଚରା କରୁଛି।

ଚନ୍ଦ୍ରଶେଖର ଉର୍ମିଳାଙ୍କୁ ଗତ ୪ ବର୍ଷ ତଳେ ବିବାହ କରିଥିଲେ। ବିବାହପରେ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/NwEYqae

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages