ମା’ ପେଟରେ ଗର୍ଭସ୍ଥ ଶିଶୁର ହେଲା ବିରଳ ଅସ୍ତ୍ରୋପଚାର । ଶିଶୁଟି ଗର୍ଭରେ ଥିବା ବେଳେ ବିରଳ ଗାଲେନ୍ ମାଲଫର୍ମେସନ ରୋଗରେ ଆକ୍ରାନ୍ତ ହୋଇଥିଲା । ଏଥିଯୋଗୁଁ ମସ୍ତିଷ୍କରେ ଅସନ୍ତୁଳନ ଦେଖାଦେଇଥିଲା । ଏନେଇ ଜଣାପଡିବା ପରେ ଆମେରିକାର ଏକ ଡାକ୍ତରୀ ଟିମ୍ ଭୃଣର ମସ୍ତିଷ୍କରେ ଅପରେସନ କରିଥିବା ବେଳେ ତାହା ସଫଳ ହୋଇଛି। ବିଶ୍ୱରେ ପ୍ରଥମ ଥର ପାଇଁ ଗର୍ଭରେ ଥିବା ଶିଶୁର ଅପରେସନ କରାଯାଇଛି। ଆମେରିକାର ବିଶ୍ୱର ଏପରି ପ୍ରଥମ ବିରଳ ଅପେରସନ ହୋଇଛି।
ଡାକ୍ତରଙ୍କ ସୂଚନା ଅନୁଯାୟୀ, ଶିଶୁଟିର ମସ୍ତିଷ୍କରୁ ହୃତପିଣ୍ଡକୁ ରକ୍ତ ନେଉଥିବା ଧମନୀ ଠିକରେ ବିକଶିତ ହୋଇ ନ ଥିଲା । ଏହା ବିରଳ ଗାଲେନ୍ ମାଲଫର୍ମେସନ ରୋଗ ବୋଲି ଜଣା ପଡ଼ିଥିଲା। ଏହି ରୋଗରେ ଆକ୍ରାନ୍ତ ହେଲେ ଆବଶ୍ୟକତାଠାରୁ ଅଧିକ ପରିମାଣରେ ରକ୍ତ ହୃତପିଣ୍ଡକୁ ପ୍ରବାହିତ ହୋଇଥାଏ । ଫଳରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏପରିକି ଜନ୍ମ ହେବା ପରେ ହୃଦଘାତ ଓ ବ୍ରେନ୍ ଷ୍ଟ୍ରୋକରେ ପିଲାଟିର ଜୀବନ ଚାଲିଯିବାର ଆଶଙ୍କା ଥିଲା।
ତେଣୁ ପିଲାଟି ମା’ ଗର୍ଭରେ ଥିବା ବେଳେ ହିଁ ତା’ ଅପରେସନ କରାଯିବାକୁ ସ୍ଥିର କରାଯାଇଥିଳା। ଭୃଣଟି ମାତ୍ର ୩୪ ସପ୍ତାହର ହୋଇଥିବା ବେଳେ ୧୦ ଜଣିଆ ଡାକ୍ତରଙ୍କ ଏକ ଟିମ୍ ଏହି ଜଟିଳ ଅପରେସନ କରିଥିଲେ। ମା’ ଗର୍ଭରେ ଥିବା ବେଳେ ପିଲାଟିର ମସ୍ତିଷ୍କର ଅପରେସନ କରିବା ଏକ ଜଟିଳ ପ୍ରକ୍ରିୟା ଥିବା ବେଳେ ଏହାକୁ ଡାକ୍ତରୀ ଟିମ୍ ସଫଳତାର ସହ ଶେଷ କରିବାକୁ ସକ୍ଷମ ହୋଇ ପାରିଥିଲେ। ଏହାପରେ ସୁରକ୍ଷିତ ଭାବେ ମହିଳାଙ୍କ ପ୍ରସବ କରାଯାଇଥିବା ବେଳେ ନବଜାତ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାଯାଇଛି। ଫଳରେ ବିଶ୍ୱର ବିଭିନ୍ନ କୋଣରୁ ଏହି ଡାକ୍ତରୀ ଟିମ୍ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।
ବ୍ରିଟେନରେ ପ୍ରତି ବର୍ଷ ୧୦ରୁ ୧୨ ଛୁଆ ମା’ ଗର୍ଭରେ ଥିବା ବେଳେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଜନ୍ମ ପରେ ପରେ ସେମାନେ ଆଖି ବୁଜି ଦେଉଥିଲେ। ଏପରି ରୋଗରେ ପୀଡ଼ିତ ଶିଶୁଙ୍କର ଜନ୍ମ ହେବା ସମୟରେ ମସ୍ତିଷ୍କର ବହୁ ଅଂଶ କ୍ଷତିଗ୍ରସ୍ତ ହୋଇ ସାରିଥାଏ। ତେଣୁ ସେମାନଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରେନା। ଏପରି ରୋଗରେ ପୀଡ଼ିତ ଶିଶୁଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍ ପ୍ରଚେଷ୍ଟା ଜାରି ରଖିଛି। ତେବେ ମା’ ଗର୍ଭରେ ଥିବା ବେଳେ ହିଁ ଭ୍ରୁଣର ମସ୍ତିଷ୍କ ଅପରେସନ କରାଯାଇ ଏପରି ଶିଶୁଙ୍କୁ ବଞ୍ଚାଇ ହେବ ବୋଲି ମେଡିକାଲ ଜର୍ନାଲରେ ପ୍ରକାଶ ପାଇଛି।
ଏପରି ଚିକିତ୍ସା ଦ୍ୱାରା ଜନ୍ମ ପରେ ଶିଶୁଙ୍କ ବ୍ରେନ କ୍ଷତିଗ୍ରସ୍ତ ହେଉ ନ ଥିବା ବେଳେ ପିଲାମାନେ ମାନସିକ ଅନଗ୍ରସର ବି ହେଉ ନ ଥିବା ରିସର୍ଚ୍ଚରୁ ଜଣାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/NWn0jIT
No comments:
Post a Comment