ଢେଙ୍କନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବନ୍ଦାଣିଆ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଯାଜପୁର ଜିଲ୍ଲା ଟାଟା ମାଇନ୍ସ ଅଞ୍ଚଳର ଡୁଗୁ ମାଙ୍କଡିଆ ଓ ସିଦ୍ଧାନ୍ତ ମାଙ୍କଡିଆ।
ଗତକାଲି ଡୁଗୁ ଓ ସିଦ୍ଧାନ୍ତ ବାଇକ ଯୋଗେ ଟାଟା ମାଇନ୍ସରୁ କାମାକ୍ଷାନଗରର ଏକ ବାଇକ ଶୋ’ରୁମକୁ ଆସୁଥିଲେ। ବନ୍ଦାଣିଆ ନିକଟରେ ବାଇକ୍ଟି ଭରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mzqFIXD
No comments:
Post a Comment