ଆଜିଠୁ ମହଙ୍ଗା ହେବ ପାହାଳ ରସଗୋଲା। କ୍ଷୀର ଓ ଛେନା ଦର ବଢ଼ିବା ପରେ ଏବେ ଏହାର ପ୍ରଭାବ ସିଧାସଳଖ ମିଠା ଉପରେ ପଡ଼ିଛି। ଫଳରେ ପାହାଳ ମିଠା ବ୍ୟବସାୟୀ ସଂଘ ବିଭିନ୍ନ ପ୍ରକାରର ମିଠା ଉପରେ ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି। ଛେନା ଦର ବୃଦ୍ଧିକୁ ପ୍ରଥମେ ପାହାଳ ମିଠା ଦୋକାନୀ ବିରୋଧ କରି ଗଲା ୩ ଦିନ ଧରି ଦୋକାନ ବନ୍ଦ ରଖିଥିବା ବେଳେ ଆଜିଠାରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଦୋକାନ ଖୋଲିବା ସହିତ ନୂତନ ବର୍ଦ୍ଧିତ ଦର ଅନୁସାରେ ମିଠା ବିକ୍ରି କରାଯିବ ବୋଲି ସଂଘ କହିଛି।
ନୂତନ ଧାର୍ଯ୍ୟ ଦର ଅନୁସାରେ ଆଉ ଏଣିକି ୫ ଟଙ୍କିଆ ମିଠା ମିଳିବ ନାହିଁ। ଯେଉଁ ରସଗୋଲା ଗୋଟାକୁ ୫ ଟଙ୍କାରେ ମିଳୁଥିଲା ତାହା ଏବେ ୬ଟଙ୍କାରେ ବିକ୍ରି ହେବ। ସେହିପରି ୧୦ ଟଙ୍କିଆ ମିଠା ୧୨ ଟଙ୍କା ଓ ୨୦ ଟଙ୍କିଆ ରସୋଗଲା ୨୫ ଟଙ୍କାରେ ବିକ୍ରିହେବ। ଅନ୍ୟପଟେ ଛେନାଗଜା କିଲୋ ୨ ଶହ ବଦଳରେ ୨୨୦ ଓ ଛେନାପୋଡ ୨୫୦ ପରିବର୍ତ୍ତେ୨୮୦ ଟଙ୍କାରେ ବିକ୍ରି ହେବ। କ୍ଷୀର, ଛେନା ସହ ଅନ୍ୟାନ୍ୟ କଞ୍ଚାମାଲର ଦର ବୃଦ୍ଧି ପରେ ମିଠା ଦର ବଢାଇବା ଅପରିହାର୍ଯ୍ୟ ବୋଲି ଯୁକ୍ତି ରଖିଛି ମିଠା ବ୍ୟବସାୟୀ ସଂଘ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WALKsXH
No comments:
Post a Comment