ଆଜିଠୁ ବଦଳାଇ ହେବ ୨ ହଜାର ଟଙ୍କିଆ ନୋଟ୍‌, ଛାନିଆ ନ ହେବାକୁ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 22, 2023

ଆଜିଠୁ ବଦଳାଇ ହେବ ୨ ହଜାର ଟଙ୍କିଆ ନୋଟ୍‌, ଛାନିଆ ନ ହେବାକୁ ପରାମର୍ଶ

ଆଜିଠୁ ଆରମ୍ଭ ହେଉଛି ୨ ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା। ଆଜିଠାରୁ ବ୍ୟାଙ୍କରେ ଲୋକେ ଜମା କରିପାରିବେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍। ଲୋକେ ଚାହିଁଲେ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ମଧ୍ୟ ପାରିବେ। ୨ ହଜାର ଟଙ୍କିଆ ବଦଳରେ ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଭଳି ଅନ୍ୟ ନୋଟ୍ ଆଣି ପାରିବେ। ନଚେତ ନିଜ ଖାତାରେ ଲିକ୍ୱିଡ୍ ଆକାରରେ ରଖି ପାରିବେ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଗୋଲାପି ନୋଟ ପ୍ରଚଳନକୁ ପ୍ରତ୍ୟାହର କରିବା ନେଇ ଘୋଷଣା କରିଥିବା ବେଳେ ଆଜିଠାରୁ ନୋଟ୍ ଏକ୍ସଚେଞ୍ଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏହି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ହାତରେ ପ୍ରାୟ ୪ ମାସ ସମୟ ଥିବାରୁ ଅଯଥାରେ ଲୋକେ ଛାନିଆ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଦେଶରେ ଥିବା ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟତ ଏବଂ

ଘରୋଇ ବ୍ୟାଙ୍କ ଗୁଡିକରେ ଲୋକେ ଏହି ବଡ ଅଙ୍କର ନୋଟ୍ ଅଦଳବଦଳ କରିପାରିବେ।

କିନ୍ତୁ ଅନ୍ୟପଟେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହେବା ପରଠାରୁ ଏହା ବଜାରରେ ସେତେ ଦେଖା ଯାଉ ନ ଥିଲେ ବି ଏଇ ଦୁଇ ତିନିଦିନ ହେବ ପେଟ୍ରୋଲ ପମ୍ପ ଏବଂ ସୁନା ଦୋକାନରେ ବହୁଳ ବ୍ୟବହାର ହେବାର ଦେଖାଯାଉଛି। ଏମିତିକି ପେଟ୍ରୋଲ ପମ୍ପରେ ପୂର୍ବାପେକ୍ଷା ୮ ଗୁଣ ବ୍ୟବହାର ବଢ଼ିଯାଇଥିବା କହିଛନ୍ତି ପମ୍ପର କର୍ମଚାରୀ ।

ସୂଚନାଯୋଗ୍ୟ,  ବ୍ୟାଙ୍କର ସମସ୍ତ କାଉଉଣ୍ଟରରେ ଲୋକମାନଙ୍କୁ ୨ ହଜାର ଟଙ୍କିଆ ନୋଟ ବଦଳ କରିବା ପାଇଁ ବ୍ୟବସ୍ଥା  କରାଯାଇଛି । ପୂର୍ବରୁ ଯେମିତି ବ୍ୟାଙ୍କଗୁଡ଼ିକ ସେବା ଯୋଗାଉଥିଲେ, ଏବେ ବି ସେମିତି ହିଁ କରିବେ। ବ୍ୟାଙ୍କଗୁଡ଼ିକୁ ବ୍ରାଞ୍ଚରେ ଲୋକଙ୍କୁ ଆବଶ୍ୟକ ଭିତ୍ତିଭୂମି ଯଥା ଅପେକ୍ଷା କରିବା ପାଇଁ ଉପଯୁକ୍ତ ସ୍ଥାନ, ପିଇବା ପାଣି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବେ।

ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମରେ ବ୍ୟାଙ୍କଗୁଡ଼ିକ ଦୈନକ ଜମା ହେଉଥବା ଓ ବଦଳ କରାଯାଉଥିବା ୨ ହଜାର ଟଙ୍କିଆ ନୋଟର ତଥ୍ୟ ଲେଖି ରଖିବେ। ଅର୍ଥାତ କିଏ କେତେ ଟଙ୍କା ବଦଳ କଲେ ଓ କିଏ କେତେ ଟଙ୍କା ଜମା କରିଛନ୍ତି, ତା’ର ତଥ୍ୟ ରେକର୍ଡ କରାଯିବ।

ଆବଶ୍ୟକ ସମୟରେ ବ୍ୟାଙ୍କଗୁଡ଼ିକ ଏହି ତଥ୍ୟ ଆରବିଆଇକୁ ଦେବେ। ତେଣୁ ରେକର୍ଡ ରଖିବାକୁ ଆରବିଆଇ ସବୁ ବ୍ୟାଙ୍କଗୁଡ଼ିକ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/CTr1a0m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages