ନିଶାବେପାରୀମାନେ ପୁଲିସକୁ ଚକମା ଦେବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ମାଛ ଗାଡ଼ିରେ ଚାଲାଣ କରୁଛନ୍ତି। ଏପରି ସମାନ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ।
ମାଛକୁଣ୍ଡ ଥାନା ନୂଆପୁଟ ନଦୀଘାଟ ପାର୍ଶ୍ୱରୁ ଗତକାଲି ପୁଲିସ ଏକ ସିମେଣ୍ଟ ବୋଝେଇ ଟ୍ରକ୍ରୁ ୫୦୨ କେଜି ଗଞ୍ଜେଇ ଜବତ କରିଛି। ଯାହାରୁ ଅନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।
ସୂଚନାଅନୁସାରେ, ଜଲାପୁଟ ଜଳ ଭଣ୍ଡାର ପାର୍ଶ୍ଵରେ ଥିବା ନୂଆପୁଟ ନଦୀ ଘାଟ ଅଞ୍ଚଳରୁ ଲମତାପୁଟ ରାସ୍ତା ଦେଇ ଗୁଜରାଟକୁ ଗଞ୍ଜେଇ ଚାଲାଣ ହେଉଥିବା ମାଛକୁଣ୍ଡ ଓ ଲମତାପୁଟ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲେ। ଏନେଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ ପାଇବା ପରେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ନୂଆପୁଟ ନଦୀଘାଟରେ ପହଞ୍ଚିଥିଲେ।
ଏକ ସିମେଣ୍ଟ ବୋଝେଇ ୧୨ଚକିଆ ଟ୍ରକରେ ଗଞ୍ଜେଇ ଲୋଡ଼ ହେଉଥିବା ପୁଲିସ ଦେଖି ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଗଞ୍ଜେଇ ମାଫିଆମାନେ ଚମ୍ପଟ ମାରିଥିଲେ। ପୁଲିସ ସିମେଣ୍ଟ ବୋଝେଇ ଟ୍ରକରୁ ୫୦୨କେଜି ଗଞ୍ଜେଇ ଜବତ କରିବା ସହ ଟ୍ରକ୍କୁ ମଧ୍ୟ ଥାନାକୁ ଆଣିଥିଲା। ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ମାଛକୁଣ୍ଡ ପୁଲିସ ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/qZyeopw
No comments:
Post a Comment