ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୩୦ରୁ ୪୦ ଆତଙ୍କୀ! ସୁରକ୍ଷାକର୍ମୀଙ୍କ ଅପରେସନ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 18, 2023

ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୩୦ରୁ ୪୦ ଆତଙ୍କୀ! ସୁରକ୍ଷାକର୍ମୀଙ୍କ ଅପରେସନ ଆରମ୍ଭ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଲାହୋର ସ୍ଥିତ ବାସଭବନରେ ୩୦ରୁ ୪୦ ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଗୁଇନ୍ଦା ରିପୋର୍ଟ ଦେଇଛି। ଏହାକୁ ଇମ୍ରାନ ଖଣ୍ଡନ କରିଥିବା ବେଳେ ତାଙ୍କୁ ଗିରଫ ସହ ହତ୍ୟା କରିବା ପାଇଁ ପାକ୍‌ ସେନା ଏପରି ପ୍ରଚାର କରିଥିବା କହିଛନ୍ତି। ତେବେ ପଞ୍ଜାବ ପ୍ରଦେଶର ସରକାର ଇମ୍ରାନ ଖାନଙ୍କ ଦଳ ପିଟିଆଇକୁ ୨୪ ଘଣ୍ଟାର ମହଲତ ଦେଇଛି।

୨୪ ଘଣ୍ଟା ମଧ୍ୟରେ ସମସ୍ତ ଆତଙ୍କବାଦୀଙ୍କୁ ପୁଲିସ୍‌କୁ ହସ୍ତାନ୍ତର କରିବାକୁ କୁହାଯାଇଛି। ସୁରକ୍ଷାକର୍ମୀଙ୍କ କହିବା କଥା ଯେ ଆତଙ୍କବାଦୀମାନେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଇମ୍ରାନ ଖାନଙ୍କ ଲାହୋର ସ୍ଥିତ ଜମାନ ପାର୍କରେ ଲୁଚିଛନ୍ତି।

ପଞ୍ଜାବ ପ୍ରଦେଶରେ ଥିବା କାମଚଳା ସରକାରଙ୍କ ମନ୍ତ୍ରୀ ଆମୀର ମୀର କହିଛନ୍ତି, “ପିଟିଆଇ ଯେମିତି ହେଲେ ଆତଙ୍କବାଦୀମାନଙ୍କୁ ହସ୍ତାନ୍ତର କରୁ। ନଚେତ ଆଇନ ଅନୁସାରେ ସବୁ ପ୍ରକାରର ପଦକ୍ଷେପ ନିଆଯିବ। ଗୁଇନ୍ଦା ବିଭାଗ ଦେଇଥିବା ରିପୋର୍ଟ ଅତ୍ୟନ୍ତ ସାଂଘାତିକ। ଗୁଇନ୍ଦା ରିପୋର୍ଟରେ ୩୦ରୁ ୪୦ ଜଣ ଆତଙ୍କବାଦୀ ଜମାନ ପାର୍କରେ ଲୁଚିଥିବା କଥାକୁ ନିଶ୍ଚିତ କରାଯାଇଛି।

ପିଟିଆଇ ନେତୃବୃନ୍ଦ ଇମ୍ରାନ ଖାନଙ୍କ ଗିରଫଦାରୀ ପୂର୍ବରୁ ବଡ଼ବଡ଼ ପ୍ରତିଷ୍ଠାନ ଉପରେ ହମଲା କରିବାକୁ ଯୋଜନା କରିଛନ୍ତି। ଯୋଜନାବଦ୍ଧ ଭାବେ ମେ’୯ରେ ହୋଇଥିବା ହିଂସାତ୍ମକ ବିକ୍ଷୋଭ ବେଳେ ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ହମଲା କରାଯାଇଥିଲା। କ୍ରପ୍ସ କମାଣ୍ଡର ଘର ଉପରେ ହମଲା କରିବା ବେଳେ ଜମାନ ପାର୍କରେ ରହିଥିବା ଲୋକଙ୍କ ସହ ହମଲାକାରୀମାନେ ଯୋଗାଯୋଗରେ ଥିଲେ।

ସେମାନଙ୍କୁ ଉପଯୁକ୍ତ ଜବାବ ଦେବାର ଅଛି। ଫଳରେ ଭବିଷ୍ୟତରେ କେହି ବି ଆଉ ଏମିତି କରିବାକୁ ସାହାସ କରିବେ ନାହିଁ। ଆମେ ପିଟିଆଇ ନେତୃବୃନ୍ଦଙ୍କୁ କହିବାକୁ ଚାହୁଁଛୁ ଯେ ୨୪ ଘଣ୍ଟା ଯାଏ କୌଣସି ପ୍ରକାରର ଗିରଫ କରାଯିବ ନାହିଁ। କିନ୍ତୁ ଏହାପରେ କିଛି ବି ହୋଇପାରେ।”

ଆମୀରଙ୍କ ଏପରି ସୂଚନା ପରେ ଇମ୍ରାନ ଖାନଙ୍କ ଘର ଚାରି ପାଖରେ ପୁଲିସ୍‌ ଛାଉଣି କରାଯାଇଛି। ଜମାନ ପାର୍କକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ମଧ୍ୟ ବନ୍ଦ କରାଯାଇଛି। ନିଜେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପୁଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସିକୁ ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/dnU0fzp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages