ରୋମାଣ୍ଟିକ୍‌ ଡିନର ପାଇଁ ଯାଇଥିଲେ ପ୍ରେମୀ ଯୁଗଳ, ଘେରିଗଲେ ୨୦ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 26, 2023

ରୋମାଣ୍ଟିକ୍‌ ଡିନର ପାଇଁ ଯାଇଥିଲେ ପ୍ରେମୀ ଯୁଗଳ, ଘେରିଗଲେ ୨୦ ଯୁବକ

ରୋମାଣ୍ଟିକ ଡିନର ପାଇଁ ବାହାରିଥିଲେ ପ୍ରେମୀ ଯୁଗଳ । ଉଭୟ ହସଖୁସିରେ ଡିନର ସାରି ଫେରୁଥିବା ବେଳେ ବାଟରେ ଘଟିଲା ଅଘଟଣ। ହଠାତ୍‌ କିଛି ଯୁବକ ସେମାନଙ୍କୁ ଅଟକାଇ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ମାରଧର ଓ ଅସଦାଚରଣ କରିଥିଲେ। ଏଥିସହ ଉଭୟଙ୍କ ଜାତି ଭିନ୍ନ ହୋଇଥିବାରୁ ଏହାକୁ ସେମାନେ ବିରୋଧ କରୁଥିଲେ। ଏହାଦେଖି ପ୍ରେମୀ ଯୁଗଳଙ୍କୁ ରକ୍ଷା କରିବାକୁ ଆସି ଛୁରାମାଡ଼ର ଶିକାର ହୋଇଛନ୍ତି ୨ ଯୁବକ ।ଏପରି ଏକ ଅସ୍ୱାଭାବିକ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଗତ ଗୁରୁବାର ରାତିରେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଡିନର କରିବାକୁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ସେଠାରେ ଖିଆପିଆ ସାରି ଉଭୟ ହସଖୁସିରେ ଏକ ସ୍କୁଟିରେ ଫେରୁଥିଲେ।

ହଠାତ୍‌ ବାଟ ମଝିରେ ହଠାତ୍‌ ୨୦ରୁ ଅଧିକ ଯୁବକ ସେମାନଙ୍କୁ ଅଟକାଇ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚାରିଥିଲେ। ଏଥିସହ ଭିନ୍ନ ଜାତିର ହୋଇଥିବାରୁ କାହିଁକି ଏକାଠି ବୁଲୁଛ ବୋଲି ପଚାରିଥିଲେ। ଏନେଇ ସେମାନଙ୍କ ପରିବାର ଲୋକେ ଜାଣିଥିବା ଉଭୟ ଯୁବକଯୁବତୀ କହିବା ସତ୍ତ୍ୱେ ଭିଡ଼ରେ ଥିବା ଯୁବକମାନେ ଯୁବତୀଙ୍କୁ ଅସଦାଚରଣ କରିବାକୁ ପଛାଇଲେ ନାହିଁ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା।

ଏହାଦେଖି ବାଟରେ ଯାଉଥିବା ୨ ଜଣ ଭିଡ଼ ମଧ୍ୟରୁ ଯୁବକଯୁବତୀଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। ଫଳରେ ବଚସା କରୁଥିବା ଯୁବକଙ୍କ ସହ ସେମାନଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ଭିଡ଼ରୁ କେହି ଉକ୍ତ ୨ ଯୁବକଙ୍କୁ ଛୁରା ମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିବା ତଥା ଛୁରା ମାଡ଼ କରିଥିବା ଯୁବକଙ୍କୁ ଖୋଜି ବାହାର କରିବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଭାଇରାଲ ହୋଇଥିବା ଭିଡିଓ ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Nb86m9k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages