ଆଜି ନୀତି ଆୟୋଗ ବୈଠକ; ସାମିଲ ହେବେନି ୬ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 26, 2023

ଆଜି ନୀତି ଆୟୋଗ ବୈଠକ; ସାମିଲ ହେବେନି ୬ ମୁଖ୍ୟମନ୍ତ୍ରୀ

ଆଜି ବସିବ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ସାମିଲ ହେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ବା ଉପରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇଛି। ମାତ୍ର ଏହି ବୈଠକରେ ଯୋଗ ଦେବାକୁ ସଫା ସଫା ମନା କରି ଦେଇଛନ୍ତି ୬ ରାଜ୍ୟର ମୁଖ୍ୟମନ୍ତ୍ରୀ।

ଏହି ମୁଖ୍ୟମନ୍ତ୍ରୀମାନେ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବ ସିଏମ୍‌ ଭଗବନ୍ତ ମାନ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ସିଏମ୍‌ ଚନ୍ଦ୍ରଶେଖର ରାଓ ଓ ତାମିଲନାଡ଼ୁ ସିଏମ୍‌ ଏମକେ ଷ୍ଟାଲିନ । ଆଜି ଦିଲ୍ଲୀର ପ୍ରଗତି ମଇଦାନରେ ହେବାକୁ ଥିବା ବୈଠକର ମୁଖ୍ୟ ବିଷୟ ବିକଶିତ ଭାରତ@୨୦୪୭: ଟିମ୍‌ ଇଣ୍ଡିଆର ଭୂମିକା ରହିଛି।

କେଜ୍ରିୱାଲ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସବୁବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏବେ ଦିଲ୍ଲୀ ସରକାରଙ୍କ କ୍ଷମତା ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର। ଏହାକୁ ନେଇ ଖପ୍ପା ଥିବା କେଜ୍ରିୱାଲ ବୈଠକରେ ଯୋଗ ଦେବାକୁ ସଫା ସଫା ମନା କରି ଦେଇଛନ୍ତି।

ଏନେଇ ସେ ଟ୍ୱିଟ କରି କହିଛନ୍ତି, ଯଦି ଦେଶର ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଆଦେଶକୁ ଖାତିର କରୁ ନାହାନ୍ତି ତା’ ହେଲେ ସାଧାରଣ ଲୋକ କ’ଣ କରିବେ । ଏଥିସହ ସେ କହିଛନ୍ତି, ଆପଣ ଦେଶର ପିତା ସମାନ, ଆପଣ ଅଣ ବିଜେପି ସରକାରଙ୍କୁ ମଧ୍ୟ କାମ କରିବାକୁ ଦିଅନ୍ତୁ । ସେମାନଙ୍କ କାମରେ ବାଧା ସୃଷ୍ଟି କରନ୍ତୁ ନାହିଁ। ତେଣୁ ନୀତି ଆୟୋଗ ମିଟିଂରେ ସାମିଲ ହେବା ମୋ’ ପାଇଁ ଅସମ୍ଭବ ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପାଇଁ ବୈଠକରେ ଯୋଗ ଦେଇ ପାରୁ ନ ଥିବା ବିହାର ମୁଖ୍ୟମନ୍ତ୍ରୀ ସଫେଇ ଦେଇଛନ୍ତି। ଅପରପକ୍ଷେ, କେନ୍ଦ୍ର ସରକାର ପଞ୍ଜାବର ହିତ ପାଇଁ ଧ୍ୟାନ ଦେଉ ନ ଥିବାରୁ ଏହି ବୈଠକରେ ସାମିଲ ହେବେ ନାହିଁ ବୋଲି ଜଣାଇ ଦେଇଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକକୁ ଯିବେନି ବୋଲି ସ୍ପଷ୍ଟ ହୋଇଥିବା ବେଳେ ତାଙ୍କ ପ୍ରତିନିଧୀ ଏଥିରେ ସାମିଲ ହୋଇପାରନ୍ତି ବୋଲି ଶୁଣିବାକୁ ମିଳିଛି। କିନ୍ତୁ କେନ୍ଦ୍ର ସରକାର ମମତାଙ୍କ ପ୍ରତିନିଧୀଙ୍କୁ ସାମିଲ ହେବାକୁ ଅନୁମତି ଦେଇ ନ ଥିବା ଜଣାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/FqLGlds

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages