ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଭୁବନେଶ୍ୱର। କଥାକଥାକେ ଗୁଳି ଫୁଟୁଛି, ଖଣ୍ଡାକାତି ବୁଲୁଛି। ଦିନ ଦି’ପହର ହେଉ କି ରାତି, ଜନଗହଳିପୂର୍ଣ୍ଣ ସ୍ଥାନ ହେଉ ଅବା ଶୂନ୍ଶାନ୍ ଜାଗା ଅପରାଧ ଘଟାଇବାକୁ ତିଳେ ମାତ୍ର ଭୟ କିମ୍ବା ସଂକୋଚ କରୁନାହାନ୍ତି ଅପରାଧୀ।ଆଜି ଭୋର ସମୟରେ ରାଜଧାନୀରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ କାଳିଆ ନାୟକ ଓରଫ ସୁଶାନ୍ତ। କାଳିଆଙ୍କ ମୁଣ୍ଡରେ ଏକାଧିକ ସ୍ଥାନାରେ ଆଘାତ ଲାଗିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆଜି ଭୋର ସମୟରେ ୪ଜଣ ଦୁର୍ବୃତ୍ତ କାଳିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଭୁବନେଶ୍ୱର ୟୁନିଟ-୧ ଅଞ୍ଚଳର ଏକ କ୍ୱାର୍ଟର୍ସ ନିକଟରୁ କାଳିଆଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
କାହିଁକି ଦୁର୍ବୃତ୍ତମାନେ କାଳିଆଙ୍କୁ ହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/7NzJc01
No comments:
Post a Comment