ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଚୁପୁରିଙ୍ଗୀ ଅଞ୍ଚଳରେ ପାଗଳ କୁକୁର ଆତଙ୍କ। ଏକ ପାଗଳ କୁକୁର ଯାହାକୁ ଦେଖୁଛି ଗୋଡାଇ ଗୋଡାଇ କାମୁଡୁଛି। ୨ଦିନରେ ପାଗଳ କୁକୁରଟି୨୨ଜଣଙ୍କୁ କାମୁଡିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କୁନି କୁନି ପିଲା ବି ଅଛନ୍ତି।
ପାଗଳା କୁକୁରଟି ବାଘ ପରି ଝାମ୍ପ ମାରି ମାଂସ ପୁଳା ପୁଳା ନେଇ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆହତଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଲୋକଙ୍କୁ ପୁରୀ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ପାଗଳ କୁକକୁର ଆତଙ୍କ ଯୋଗୁ କିଛି ଦିନ ହେବ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଥିଲେ। କେହି କେହି ଘରୁ ବାହାରକୁ ଯିବାକୁ ଡରୁଥିଲେ। ଗତକାଲି ଏହି ପାଗଳ କୁକୁରଟିକୁ କାବୁ କରାଯିବା ପରେ ଗ୍ରାମବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଲୋକେମାନେ ବଜାର ହାଟକୁ ଶାନ୍ତିରେ ଯିବା ଆସିବା କରିପାରୁଛନ୍ତି। ପାଗଳ କୁକୁରଟି ଯାହାକୁ ଦେଖୁଥିଲା, ତାକୁ ଗୋଡ଼ାଇଗୋଡ଼ାଇ କାମୁଡ଼ୁଥିଲା।
କଣାସ ଡାକ୍ତରଖାନାର ଡାକ୍ତର ଦିପେଶ କୁମାର ରଂଣସିଂ କହିଛନ୍ତି, ଯେଉଁ ଲୋକମାନଙ୍କର ଏକାଧିକ ଜାଗାକୁ କୁକୁର କାମୁଡ଼ିଛି ସେମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କାରଣ ସେମାନଙ୍କୁ ଏମିନୋଗ୍ଲୋବିନ ଇଞ୍ଜେସନ ଦିଆଯିବ। ଯାହା କଣାସ ଡାକ୍ତରଖାନାରେ ଉପଲବ୍ଧ ନାହିଁ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/gJb9pRu
No comments:
Post a Comment