ପଞ୍ଚମ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହେଲା ଚେନ୍ନାଇ ସୁପରକିଙ୍ଗ୍‌ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 29, 2023

ପଞ୍ଚମ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହେଲା ଚେନ୍ନାଇ ସୁପରକିଙ୍ଗ୍‌ସ

ଶେଷ ହୋଇଛି ଆଇପିଏଲ ୨୦୨୩। ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍‌ସ। ଦଳ ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇ ମୁମ୍ବାଇ ଇଣ୍ଡିଆନ୍ସର ସମକକ୍ଷ ହୋଇଛି।

ରବିବାର ବର୍ଷା ଯୋଗୁ ଫାଇନାଲ ମ୍ୟାଚ୍ ଖେଳା ଯାଇପାରି ନଥିଲା। ଏହା ଗତକାଲିକୁ ଘୁଞ୍ଚିଥିଲା। ତେବେ କାଲି ବି ବର୍ଷା ହୋଇଥିଲା। କିନ୍ତୁ ମ୍ୟାଚ୍ ଖେଳା ଯାଇଥିଲା। ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଡିଏଲ୍‌ଏସ୍ ମେଥଡରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍‌ସ।

ଧୋନି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଋଦ୍ଧିମାନ ସାହା ୫୪ (୩୯ ବଲ୍‌) ରନ୍ କରିଥିବା ବେଳେ ଶୁବମନ ଗିଲ ୩୯ (୨୦) ଓ ସାଇ ସୁଦର୍ଶନ ସର୍ବାଧିକ ୯୬ (୪୭ ବଲ୍‌, ୮ ଚୌକା ଓ ୬ ଛକା) ରନ୍ କରିଥିଲେ। ରଶିଦ ଖାନ ଖାତା ଖୋଲି ପାରି ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲରୁ ୨୧ ରନ୍ କରି ଅପରାଜିତ ରହିଥିଲେ।

ଏହା ପରେ ୨୧୫ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଚେନ୍ନାଇ ସୁପରକିଙ୍ଗ୍‌ସର ବ୍ୟାଟର। କିନ୍ତୁ ଚେନ୍ନାଇ ଇନିଂସ ପ୍ରାରମ୍ଭରୁ ହୋଇଥିଲା ବର୍ଷା। ବର୍ଷା ଯୋଗୁ ବିଳମ୍ବ ହେବାରୁ ମ୍ୟାଚ୍‌କୁ ୧୫ ଓଭରକୁ କମାଇ ଦେଇ ବିଜୟ ଲକ୍ଷ୍ୟ ୧୭୧ ଧାର୍ଯ୍ୟ କରାଯାଇଥିଲା। ଏହି ବିଜୟ ଲକ୍ଷ୍ୟକୁ ୧୫ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲା ଚେନ୍ନାଇ। ଏହି ରୋମାଞ୍ଚକର ମ୍ୟାଚ୍‌ର ଶେଷ ଦୁଇଟି ବଲ୍‌ରେ ରବୀନ୍ଦ୍ର ଜାଡ଼େଜା ଛକା ଓ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ। ଆଉ ଗୁଜରାଟ ଟାଇଟନ୍ସର ଲଗାତାର ଦ୍ୱିତୀୟ ଥର ଆଇପିଏଲ୍ ଚାମ୍ପିୟନ ହେବା ସ୍ୱପ୍ନ ଧୂଳିସାତ ହୋଇଥିଲା।

ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ଋତୁରାଜ ଗାଏକ୍ୱାଡ ୧୬ଟି ବଲ୍‌ରୁ ୨୬ ରନ୍ କରିଥିବା ବେଳେ ଡେଭନ କନୱେ ୪୭ (୨୫ ବଲ୍‌), ଶିବମ ଦୁବେ ଅପରାଜିତ ୩୨ (୨୧ ବଲ୍‌) ଓ ଆଜିଙ୍କ୍ୟ ରାହାଣେ ୨୭ (୧୩ ବଲ୍‌) ରନ୍ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶୂନରେ ଆଉଟ୍ ହୋଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୬ଟି ବଲରୁ ୧୫ ରନ୍ କରି ଅପରାଜିତ ରହିଥିଲେ।

ଚେନ୍ନାଇ ସୁପରକିଙ୍ଗସ ଏହା ପୂର୍ବରୁ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ୍ ଚାମ୍ପିୟନ ହୋଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GbQ3ICX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages