୫୦ ଲକ୍ଷର ମିନି କୁପର କିଣି ଫସିଗଲେ ଟ୍ରେଡ ୟୁନିୟନ ଲିଡର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 29, 2023

୫୦ ଲକ୍ଷର ମିନି କୁପର କିଣି ଫସିଗଲେ ଟ୍ରେଡ ୟୁନିୟନ ଲିଡର

୫୦ ଲକ୍ଷ ଟଙ୍କା ମୂଲ୍ୟର ମିନି କୁପର କିଣି ବିବାଦରେ ଫସିଗଲେ କମ୍ୟୁନିଷ୍ଟ ଟ୍ରେଡ ୟୁନିୟନ ଲିଡର। ଜଣେ ଟ୍ରେଡ ଲିଡର ଏତେ ମୂଲ୍ୟର କାର୍‌ କିଣିବା ଘଟଣାକୁ କେହି ହଜମ କରି ପାରୁ ନାହାନ୍ତି।  ଫଳରେ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ବୟାନବାଜି। ଏପରି ଏକ ଘଟଣା କେରଳରେ ଘଟିଛି।

କେରଳ ପେଟ୍ରୋଲିୟମ ଓ ଗ୍ୟାସ୍‌ କର୍ମଚାରୀ ସଂଘର ରାଜ୍ୟ ସେକ୍ରେଟାରୀ ପିକେ ଅନିଲ କୁମାର କିଛି ଦିନ ପୂର୍ବେ ଏକ ହଳଦି ରଙ୍ଗର ମିନି କୁପର ସହ ନିଜର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ଖୁବ୍‌ ଶୀଘ୍ର ଭାଇରାଲ ହୋଇ ଯାଇଥିବା ବେଳେ ଏହା ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ। ଜଣେ ଟ୍ରେଡ ୟୁନିୟନ ଲିଡର କିପରି ଏତେ ମହଙ୍ଗା ଗାଡ଼ି କିଣିବାକୁ ସକ୍ଷମ ହେଲେ ତାହା  ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୋ’ ପତ୍ନୀ ଇଣ୍ଡିଆନ ଅଏଲର କର୍ମଚାରୀ ହୋଇଥିବା ବେଳେ ସେ ହିଁ ଏହି କାର୍‌ର ମାଲିକ ବୋଲି ବ୍ୟକ୍ତିଜଣକ ସଫେଇ ଦେବା ସତ୍ତ୍ୱେ ଏହା କାହାର ହଜମ ହେଉନି।

ଧନୀ ଲୋକେ କିପରି ଅୟସ ଜୀବନ ବିତାନ୍ତି ଅନିଲ କୁମାର ତାହାର ଅଭ୍ୟାସ କରୁଥିବା ଜଣେ ସିନିୟର ସାମ୍ବାଦିକ କହିଛନ୍ତି। ଏଥିସହ ଜଣେ ସିପିଆଇଏମ୍‌ ନେତାଙ୍କ ଉଦାହରଣ ଦେଇ ୨୦୧୭ ମସିହାରେ ନିର୍ବାଚନୀ ପ୍ରଚାରରେ ଏକ ନାଲି ମିନି କୁପର ଗାଡ଼ି ବ୍ୟବହାର କରି ଲାଇମ୍‌ଲାଇଟ୍‌କୁ ଆସିଥିଲେ। ପରେ ତାହା ସୁନା ଚୋରା ଚାଲାଣ କରୁଥିବା ଜଣେ ଅଭିଯୁକ୍ତଙ୍କର ବୋଲି ଜଣାପଡ଼ିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। 

ଏଥିସହ ସବୁ କମ୍ୟୁନିଷ୍ଟ ଲିଡର ମିନି କୁପର ପ୍ରେମରେ କାହିଁକି ପାଗଳ ହେଉଛନ୍ତି ବୋଲି ଜଣେ ପ୍ରଶ୍ନ କରିଛନ୍ତି। ବିବାଦ ଅମିତ କୁମାରଙ୍କ ପାଇଁ ନୂଆ ହୋଇ ନ ଥିବା ବେଳେ ଏହା ପୂର୍ବରୁ ଜଣେ ମହିଳାଙ୍କୁ ଆକ୍ଷେପ କରି ଜାତିଆଣ ମନ୍ତବ୍ୟ ଦେଇ ସେ ଫସି ଯାଇଥିଲେ।

ଏନେଇ ସେମାନଙ୍କ ନିକଟକୁ ଲିଖିତ ଭାବେ କିଛି ଆସି ନ ଥିବା ବେଳେ ଘଟଣା ଉପରେ ପୂରା ନଜର ରହିଥିବା ଟ୍ରେଡ ୟୁନିୟନ ପକ୍ଷରୁ କୁହାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/u915vgp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages