ପ୍ରାୟ ୨୦ ଦିନରୁ ଊର୍ଦ୍ଧ୍ୱ ସମୟ ହେଲା ମରଣ ସହ ସଂଘର୍ଷ କରି ଶେଷରେ ହାରିଗଲା ଛୁଆ କଳରାପତରିଆ ବାଘ । ବାଘଟିର ବୟସ ମାତ୍ର ଦେଢ ବର୍ଷ ହୋଇଥିବା ବେଳେ ତା’ ମୃତ୍ୟୁ ଯୋଗୁ ପଶୁପ୍ରେମୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏପରି ଅଘଟଣ ଗତକାଲି ବିଳମ୍ବିତ ରାତିରେ ନୂଆପଡ଼ା ଜିଲ୍ଲା ରେଞ୍ଜ ଅଫିସରେ ଘଟିଛି।
ଗତ ୧୬ ତାରିଖରେ ନୂଆପଡା ସଦର ରେଞ୍ଜ ଧରମବନ୍ଧା ସେକସନ୍ ସିଲିଆରିବାହାରା ଗାଁ ନିକଟ ଜଙ୍ଗଲରେ ଏକ ଛୋଟ କଲରାପତରିଆ ବାଘ ପଡ଼ି ଛଟପଟ ହେଉଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଟିମ୍ ପହଞ୍ଚି ସେଠାରେ ବାଘଟିର ଚିକିତ୍ସା କରିଥିଲେ।
ମାତ୍ର ୨ ଦିନ ପରେ ବି ବାଘଟିର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାକୁ ଜନ୍ତାରେ ପକାଇ ନୂଆପଡା ରେଞ୍ଜ ଅଫିସକୁ ଅଣାଯାଇଥିଲା। ସେଠାରେ ଓୟୁଏଟି ଡାକ୍ତର ଇନ୍ଦ୍ରମଣି ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରାଣୀଧନ ବିଶେଷଜ୍ଞ ଓ ଡାକ୍ତର ବାଘଟିର ଚିକିତ୍ସା କରୁଥିଲେ।
ଦୀର୍ଘଦିନ ଚିକିତ୍ସା ପରେ ବାଘଟି ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିବା ବେଳେ ହଠାତ୍ ଗତ ରାତିରେ ଆଖି ବୁଜି ଦେଇଛି। ଆଜି ଶବ ବ୍ୟବଚ୍ଛେଦ ପରେ ବାଘଟିକୁ ପୋତି ଦିଆଯିବ ବୋଲି ନୂଆପଡ଼ା ଏସିଏଫ୍ ସୂଚନା ଦେଇଛନ୍ତି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/rRVKquN
No comments:
Post a Comment