ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ଫୁଟିବା ଘଟଣା; ତଦନ୍ତ କରିବ NIA - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 8, 2023

ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ଫୁଟିବା ଘଟଣା; ତଦନ୍ତ କରିବ NIA

ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ନିକଟରେ ୨ ଥର ବୋମା ମାଡ଼ ହୋଇଥିବା ବେଳେ ଏହାର କାରଣ ଓ ଏହା ପଛରେ ଥିବା ଅଭିଯୁକ୍ତଙ୍କ ଟେର ପାଉନି ପୁଲିସ୍ । ତେଣୁ ଏହି ଘଟଣାର ତଦନ୍ତ କରିବ NIA ଟିମ୍‌ ।

NIA ଟିମ୍‌ ବୋମା ବିସ୍ଫୋରଣ ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଛି। ଏଥିସହ ଅମୃତସର କମିଶନରେଟ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଛି।  ଫରେନସିକ୍‌ ଟିମ୍‌ ସଦସ୍ୟଙ୍କୁ ବି ଘଟଣା ସମ୍ପର୍କରେ ପଚରାଉଚରା କରିଛି NIA ଟିମ୍‌ ।

ଗତ ଶନିବାର ସନ୍ଧ୍ୟାରେ ଓ ସୋମବାର ସକାଳେ ସ୍ୱର୍ଣ୍ଣ ମନ୍ଦିର ନିକଟ ହେରିଟେଜ ଷ୍ଟ୍ରିଟରେ ୨ଟି ବୋମା ବିସ୍ଫୋରଣ ହୋଇଥିଲା। ପୁଲିସ୍ ଏବେ ଉକ୍ତ ୨ ଦିନର ସିସିଟିଭି ଫୁଟେଜ ସଂଗ୍ରହ କରି ତାହାର ଯାଞ୍ଚ କରୁଛି। ଏହି ବିସ୍ଫୋରଣରେ କିଛି ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁ ଆହତ ହୋଇଥିଲେ।

ପଞ୍ଜାବ ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଥିଲେ ବି ଅଭିଯୁକ୍ତଙ୍କ ଟେର ପାଇପାରୁନି। ତେଣୁ ଏହି ମାମଲା ଏବେ ଏନଆଇଏ ହାତକୁ ଚାଲି ଯାଇଛି। ଏବେ ଏନଆଇଏ ତଦନ୍ତର ଫଳାଫଳ ଉପରେ ସମସ୍ତଙ୍କ ନଜର ।

ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ହେରିଟେଜ ଷ୍ଟ୍ରିଟରେ ଏକ ବୋମା ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଉକ୍ତ ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଆଖପାଖ ଘରର ଝରକା ଭାଙ୍ଗି ଯାଇଥିଲା। ଏଥିସହ କିଛି ଶ୍ରଦ୍ଧାଳୁ ବି ଆହତ ହୋଇଥିଲେ।

ଏହାପରେ ଗତକାଲି ସକାଳେ ସମାନ ସ୍ଥାନରେ ଫୁଟିଥିଲା ବୋମା । ଏହାର ଶବ୍ଦ ପ୍ରାୟ ୧ କିମି ବ୍ୟାପି ସ୍ୱର୍ଣ୍ଣମନ୍ଦିର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ଏହି ଶବ୍ଦ ଶୁଣି ସ୍ଥାନୀୟ ଲୋକଙ୍କ ସମେତ ଶ୍ରଦ୍ଧାଳୁ ଭୟଭୀତ ହୋଇ ପଡ଼ିଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WrN197G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages