ସରକାରୀ ବସ୍‌ ଉପରକୁ ଗୁଳିମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 18, 2023

ସରକାରୀ ବସ୍‌ ଉପରକୁ ଗୁଳିମାଡ଼

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟରେ ଏକ ସରକାରୀ ବସ୍ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ କେହି ହତାହତ ହୋଇନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ଗତକାଲି ରାତିରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ଏହି ଏସି ଡିଲକ୍ସ ବସ୍‌ଟି ମାଲକାନଗିରି ଜିଲ୍ଲା ବାଲିମେଳାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବୈପାରୀଗୁଡ଼ା ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହା ଉପରକୁ ଗୁଳି ମାଡ଼ ହୋଇଥିଲା। ଗୁଳି ବସ୍‌ର ଗୋଟିଏ ପାର୍ଶ୍ୱର ଝରକାରେ ବାଜିଥିଲେ। ପ୍ରଥମେ ଯାତ୍ରୀମାନେ ଭାବିଲେ ଯେ କେହି ପଥର ମାଡ଼ କରିଛି। କିନ୍ତୁ ପରେ ଜାଣିଲେ ଯେ ଗୁଳିମାଡ଼ ହୋଇଛି। ବସ୍‌ରେ ଝରକାରେ ଛିଦ୍ର ହୋଇଥିଲା। ଏହା ପରେ ଘଟଣା ସଂପର୍କରେ ବୈପାରୀଗୁଡ଼ା ପୁଲିସକୁ ଖବର ଦିଆଯାଇଥିଲା।

କିଏ ଓ କାହିଁକି ଗୁଳି ଚଳାଇଲା, ତାହା ଜଣାପଡ଼ି ନାହିଁ। କେହି ବ୍ୟକ୍ତିଗତ ଆକ୍ରୋଶ ରଖି କାହାକୁ ଟାର୍ଗେଟ କରି ଗୁଳି କରିଥିଲେ ନା ଆଉ କିଛି କାରଣ ରହିଛି, ତାହା ଜଣାପଡ଼ିନି। କେହି କେହି ଏହା ନକ୍ସଲଙ୍କ କାମ ହୋଇଥାଇପାରେ ବୋଲି କହୁଛନ୍ତି। ଗୁଳିମାଡ଼ର କାରଣ ବିଷୟରେ କିଛି ଜଣାପଡ଼ି ନଥିବା ବେଳେ ପୁଲିସ ତା’ର ତଦନ୍ତ ଜାରି ରଖିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/FSyj8Ba

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages