କୋରାପୁଟ ଜିଲ୍ଲା ପାଡୁଆ ବଡ଼ ଦେବତା ମନ୍ଦିର ନିକଟ ଛକରୁ ଏକ XUV 500 ଗାଡ଼ିରୁ ପୁଲିସ ୧୫୧କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଦ୍ୱୟ ହେଉଛି ମହାରାଷ୍ଟ୍ରର ଔରାଙ୍ଗାବାଦ ଅଞ୍ଚଳର ମିଳିନ୍ଦ ଚିକତେ ଓ ଶୁଭମ ସଞ୍ଜୟ ସିନ୍ଧେ।
ଗତକାଲି ରାତିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍ପି କୌଣସି ସୂତ୍ରରୁ ସୂଚନା ପାଇବା ପରେ ପାଡ଼ୁଆ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀଙ୍କ ନେତୃତ୍ୱରେ ପୁଲିସର ଏକ ଟିମ୍ ବଡ଼ ଦେବତା ମନ୍ଦିର ନିକଟରେ ଗାଡ଼ିମୋଟର ଗୁଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେହି ରାସ୍ତା ଦେଇ ଯାଉଥିବା ଏହି XUV 500 ଗାଡ଼ିକୁ ପୁଲିସ ଅଟକାଇଥିଲା। ଏହାର ଆଗ ଓ ପଛରେ ପ୍ରେସ ଲେଖାଯାଇଥିଲା। ଯାଞ୍ଚ ବେଳେ ଏହି ଗାଡ଼ି ଭିତରୁ ୭ଟି ଜରି ବସ୍ତା ମିଳିଥିଲା, ଯେଉଁଥିରେ ଗଞ୍ଜେଇ ଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ପ୍ୟାକେଟଗୁଡ଼ିକୁ ଓଜନ କରାଯାଇଥିଲା ଓ ସେଥିରେ ୧୫୧ କେଜି ଗଞ୍ଜେଇ ଥିବା ଜଣାପଡ଼ିଥିଲା।
ନନ୍ଦପୁର ଏସ୍ଡିପିଓ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି ଯେ ପୁଲିସ୍ ଯାଞ୍ଚରୁ ବର୍ତ୍ତିବା ପାଇଁ ଅଭିଯୁକ୍ତମାନେ ଗାଡ଼ିରେ ପ୍ରେସ ଲେଖିଥିଲେ। ସେମାନେ ସାମ୍ବାଦିକ ନୁହନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/tUFrpcq
No comments:
Post a Comment