ବୁଡ଼ି ଯାଉଥିବା ୨ ବନ୍ଧୁଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଆଉ ୩ ଜଣ। ପହଁରୁ ଥିବା ବେଳେ ହଠାତ୍ ୨ ଜଣ ନାବାଳକ ବୁଡ଼ିବା ଆରମ୍ଭ କରିଥିଲେ। ସେମାନଙ୍କୁ ଏପରି ସ୍ଥିତିରେ ଦେଖି କୂଳରେ ବସିଥିବା ସେମାନଙ୍କର ୩ ଜଣ ବନ୍ଧୁ ପାଣିକୁ ଡେଇଁ ପଡ଼ିଥିଲେ।
ଆଶା ଥିଲା ୩ ଜଣ ଯାକ ବୁଡ଼ି ଯାଉଥିବା ୨ ଜଣଙ୍କୁ ଉଦ୍ଧାର କରିବେ। ହେଲେ ସ୍ଥିତି ଏପରି ହୋଇଥିଲା ଯେ ୫ ଜଣ ଯାକ ବନ୍ଧୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସମସ୍ତ ମୃତକ ନାବାଳକ। ଗୁଜରାଟର କ୍ରିଷ୍ଣା ସାଗର ହ୍ରହରେ ଏପରି ଦୁଃଖଦ ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ୫ ଜଣ ବନ୍ଧୁ ହ୍ରଦକୁ ବୁଲିବା ପାଇଁ ଯାଇଥିଲେ। ଏହି ସମୟରେ ୨ ଜଣ ପହଁରିବା ପାଇଁ ହ୍ରଦକୁ ଲମ୍ଫ ମାରିଥିଲେ। ସେମାନଙ୍କ ପହଁରିବା ଦୃଶ୍ୟକୁ ବାକି ୩ ଜଣ କୂଳରେ ବସି ଦେଖୁଥିଲେ।
ହଠାତ୍ ପୂରା ସ୍ଥିତି ବଦଳି ଯାଇଥିଲା। ପହଁରୁ ଥିବା ଦୁଇ ବନ୍ଧୁ ବୁଡ଼ିବା ଆରମ୍ଭ କରିଥିଲେ। ଏହା ଦେଖି ସେମାନଙ୍କର ୩ ବନ୍ଧୁ ପାଣିକୁ ଡେଇଁଥିଲେ। ତେବେ ୨ ବନ୍ଧଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସେମାନେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ଏହା ଜାଣିବା ପରେ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ କାହାକୁ ବି ବଞ୍ଚାଇବାକୁ ସକ୍ଷମ ହୋଇ ନଥିଲେ।
ସମସ୍ତଙ୍କ ମୃତଦେହ ଦୀର୍ଘ ସମୟର ସର୍ଚ୍ଚ ଅପରେସନ ପରେ ଉଦ୍ଧାର କରାଯାଇଛି। ସମସ୍ତଙ୍କ ବୟସ ୧୬ରୁ ୧୭ ବର୍ଷ ହେବ। ତେବେ ସେମାନଙ୍କ ପରିଚୟ ସାର୍ବଜନୀନ କରାଯାଇନି। ପୁଲିସ୍ ଗୋଟିଏ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/uF8IwS1
No comments:
Post a Comment