ଅଧାରେ ରହିଲା ଶୀତଳ ଶଷ୍ଠୀ ଯାତ୍ରା ଦେଖା,ବାଟରେ ଓଲଟିଲା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 24, 2023

ଅଧାରେ ରହିଲା ଶୀତଳ ଶଷ୍ଠୀ ଯାତ୍ରା ଦେଖା,ବାଟରେ ଓଲଟିଲା ଗାଡ଼ି

ଶୀତଳ ଶଷ୍ଠୀ ଉତ୍ସବରେ ଯୋଗ ଦେବାକୁ ପିକଅପ୍ ଭ୍ୟାନରେ ଘରୁ ଖୁସିରେ ବାହାରିଥିଲେ ଦୁଇ ସାହିର ମହିଳା। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା। ବାଟରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ୧୦ରୁ ଅଧିକ ମହିଳା ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ବିଶମପୁରୀଆ ସାହି ଓ କଚିଆ ସାହିର ପ୍ରାୟ ୩୦ରୁ ଅଧିକ ମହିଳା ଏକ ପିକଅପ୍ ଭ୍ୟାନ ଯୋଗେ ଉମରକୋଟ ଗୁଲିପାଟଣା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଶୀତଳ ଷଷ୍ଠୀ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିଲେ। ଏହି ସମୟରେ ଉମରକୋଟ-ଝରିଗାଁ ରାଜ୍ୟ ରାଜପଥର ଅଞ୍ଚଳ ନିକଟରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଗାଡ଼ିଟି ଓଲଟି ପଡ଼ିବାରୁ ସେଥିରେ ବସିଥିବା ସମସ୍ତ ଯାତ୍ରୀ ଛିଟିକି ତଳେ ପଡ଼ିଯାଇଥିଲେ।

ଦୁର୍ଘଟଣାରେ ୧୦ରୁ ଅଧିକ ମହିଳା ଆହତ ହୋଇଥଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉମରକୋଟ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/gUkTfpt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages