ସୌରଭ ଗାଙ୍ଗୁଲିଙ୍କ ପିଛା ଛାଡ଼ୁନି ବିବାଦ । ସେ ଯାହା କି କହୁଛନ୍ତି, ତାହାକୁ ରାଜନୀତିର ରଙ୍ଗ ଦିଆଯାଉଛି। ଏଥିରେ କ୍ଷୁବ୍ଧ ହୋଇପଡ଼ିଥିବା କ୍ରିକେଟ ଲିଜେଣ୍ଡ ନିଜ ଅସନ୍ତୋଷ ଝାଡ଼ିଛନ୍ତି। ଆଉ କହିଛନ୍ତି, ମୁଁ ପାଟି ଫିଟାଇ ଯାହା କହୁଛି ତାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଉଛି। କେବଳ ସେତିକି ନୁହେଁ, ମୁଁ ଯାହା କରୁଛି ତାକୁ ବି ରାଜନୀତିର ରଙ୍ଗରେ ବୋଳି ଦିଆଯାଉଛି।’
ନିକଟରେ ସୌରଭ ଗାଙ୍ଗୁଲି ତ୍ରିପୁରା ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ପାଇଛନ୍ତି। ତେବେ ପଶ୍ଚିମବଙ୍ଗ ସରକାର ସୌରଭଙ୍କ ପରି କ୍ରିକେଟରଙ୍କୁ ଉପଯୁକ୍ତ ସମ୍ମାନ ଦେଇ ପାରୁ ନଥିବା ବେଳେ ତ୍ରିପୁରାର ବିଜେପି ସରକାର ତାଙ୍କୁ ନିଜ ଆମ୍ବାସଡାର ଭାବେ ନିଯୁକ୍ତି ଦେଇଥିବା କହିଛନ୍ତି ପଶ୍ଚିମବଙ୍ଗ ବିଜେପି। ତେଣୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ତାଙ୍କୁ ରାଜ୍ୟର ଶ୍ରେଷ୍ଠ ନାଗରିକ ସମ୍ମାନରେ ସମ୍ମାନିତ କରି ଫେରାଇ ଆଣନ୍ତୁ ବୋଲି ରାଜ୍ୟ ବିଜେପି ଦାବି କରିଛି। ହେଲେ ଏହାକୁ ନେଇ ଖପ୍ପା ହୋଇଛନ୍ତ ସୌରଭ ଗାଙ୍ଗୁଲି।
ଏନେଇ ନିଜ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୋର ସବୁ କଥାକୁ କାହିଁକି ରାଜନୀତି କରାଯାଉଛି। ଅମିତାଭ ବଚ୍ଚନ ଗୁଜରାଟର ବ୍ରାଣ୍ଡ ଆମ୍ବାସଡର ହୋଇଥିବା ବେଳେ ଶାହରୁଖ ଖାନ ପଶ୍ଚିମବଙ୍ଗର, ସଚିନ ତେନ୍ଦୁଲକର କେରଳର ହୋଇଥିବା ବେଳେ ରିଷଭ ପନ୍ତ ଉତ୍ତରାଖଣ୍ଡ ଓ ଧୋନି ଝାଡ଼ଖଣ୍ଡର ଆମ୍ବାସଡ଼ର ହୋଇ କାମ କରୁଛନ୍ତି। ତେଣୁ ଏବେ ମୁଁ ତ୍ରିପୁରାର ଆମ୍ବାସଡର ହେଲେ ଅସୁବିଧା କ’ଣ । ସବୁ ଜିନିଷକୁ ରାଜନୀତିକରଣ କରାଯାଉଥିବାରୁ ଖୁବ୍ ଦୁଃଖ ଲାଗୁଛି।
ଏଥିସହ ସେ କହିଛନ୍ତି, ମୁଁ ସବୁବେଳେ ଶାନ୍ତିରେ ବଞ୍ଚିବାକୁ ଚାହେଁ। ତ୍ରିପୁରା ସରକାର ନିଜ ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ମୋତେ ଆମ୍ବାସଡର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ଯାଏ କିଛି ସ୍ଥିର ହୋଇ ନାହିଁ। ହେଲେ ଏହି ଘଟଣାକୁ ନେଇ ଏବେଠୁ ଆରମ୍ଭ ହେଲାଣି ରାଜନୀତି।
ଏଥିସହ ସେ କହିଛନ୍ତି, ତ୍ରିପୁରା କ୍ରିକେଟ ଖୁବ୍ ଭଲ ଟ୍ରାକ୍ରେ ଗତି ବଢ଼ୁଛି। ମୁଁ ମୋ’ ୯୦ ଦଶକରେ ସେଠାରୁ ଖେଳୁଥିବାରୁ ଉକ୍ତ ଟିମ୍ ସହ ମୁଁ ଭାବନାତ୍ମକ ଭାବେ ଜଡ଼ିତ । ଏଥିସହ ସେ କହିଛନ୍ତି, ମୋ’ କଥାକୁ ଭୁଲ ଭାବେ ଉପସ୍ଥାପିତ ନ କରିବାକୁ କି ଭିନ୍ନ ମୋଡ଼ ନ ଦେବାକୁ ଅନୁରୋଧ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/aFSn3K0
No comments:
Post a Comment