ସର୍ବିଆ ରାଜଧାନୀ ମ୍ଲାଡେନୋଭାକ ସହରରେ ଗତ ରାତିରେ ଜଣେ ଦୁର୍ବୃତ୍ତର ଆଖି ବୁଜା ଗୁଳିମାଡ଼ରେ ୮ ଜଣ ଆଖି ବୁଜିଥିବା ଜଣାଯାଇଛି। ଏହି ଦୁଃଖଦ ଘଟଣାରେ ୧୩ ଜଣ ଗୁରୁତର ହୋଇଛନ୍ତି। ଆଖି ବୁଜା ଗୁଳି ମାଡ଼ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଗତ ୨ ଦିନ ମଧ୍ୟରେ ସର୍ବିଆରେ ଦ୍ୱିତୀୟ ଥର ପାଇଁ ଏପରି ଗୁଳି କାଣ୍ଡ ଘଟିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି।
ସର୍ବିଆ ରାଜଧାନୀ ବେଲଗ୍ରେଡଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ବ୍ୟସ୍ତବହୁଳ ମ୍ଲାଡେନୋଭାକ ସହରରେ ଗତ ରାତିରେ ଏହି ଅମାନବୀୟ କାଣ୍ଡ ଘଟିଛି । ଜଣେ ଦୁର୍ବୃତ୍ତ ଦ୍ରୁତ ଗତିରେ ଏକ ଗାଡ଼ିରେ ଆସି ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇଥିଲା। ଏହାପରେ ଦୁର୍ବୃତ୍ତଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।
ଦୁର୍ବୃତ୍ତର ଆଖି ବୁଜା ଗୁଳି ମାଡ଼ରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ଖବର ପାଇ ପୁଲିସ୍ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ଯାଞ୍ଚ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଖୋଜାଖୋଜିକୁ ଜୋରଦାର କରିଛି। ଏଥିସହ ଘଟଣାସ୍ଥଳରେ ଆକାଶରେ ହେଲିକପ୍ଟର ପଇଁତରା ମାରି ସ୍ଥିତି ଉପରେ ନଜର ରଖିଛି। ତେବେ ଦୁର୍ବୃତ୍ତଜଣକ କିଏ କ’ଣ ପାଇଁ ଏପରି ଗୁଳି ମାଡ଼ କଲା ତାହା ସ୍ପଷ୍ଟ ହୋଇନି।
ଗତ ବୁଧବାର ଜଣେ ୧୩ ବର୍ଷୀୟ ନାବାଳକ ନିଜ ସ୍କୁଲରେ ଆଖି ବୁଜା ଗୁଳି ମାଡ଼ କରିଥିଲା। ଏହି ଗୁଳିମାଡ଼ରେ ନାବାଳକର ୮ ସହପାଠୀଙ୍କ ସମେତ ଜଣେ ସ୍କୁଲ ଗାର୍ଡଙ୍କ ମୃତ୍ୟୁ ହୋଇଥଇଲା।
ସର୍ବିଆରେ ଏପରି ଘଟଣା ବଢ଼ି ଚାଲିଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/2y3mxHj
No comments:
Post a Comment