ଝିଅର ସାଙ୍ଗକୁ ଯୌନ ନିର୍ଯାତନା ଦେବା ଘଟଣା: ମିଳିଲା ୨୦ ବର୍ଷର ଜେଲଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 4, 2023

ଝିଅର ସାଙ୍ଗକୁ ଯୌନ ନିର୍ଯାତନା ଦେବା ଘଟଣା: ମିଳିଲା ୨୦ ବର୍ଷର ଜେଲଦଣ୍ଡ

ନିଜ ଝିଅର ୫ ବର୍ଷୀୟ ସାଙ୍ଗକୁ ଯୌନ ନିର୍ଯାତନା ଦେଇଥିବା ଘଟଣାରେ ମୁମ୍ବାଇର ସ୍ୱତନ୍ତ୍ର ପୋକସୋ କୋର୍ଟ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ବ୍ୟକ୍ତିଙ୍କ ଉପରେ ୧୭ ହଜାର ଟଙ୍କାର ଫାଇନ ମଧ୍ୟ ଲାଗୁ କରିଛନ୍ତି।

ଅଭିଯୋଗ ପରେ ୨୦୨୦ ଅଗଷ୍ଟ ୧୯ରୁ ଜେଲରେ ଥିବା ବ୍ୟକ୍ତି ଜଣଙ୍କ ଏବେ ଆହୁରି ୧୭ ବର୍ଷ କଏଦୀ ଭାବେ ଜୀବନ ବିତାଇବେ ବୋଲି କୋର୍ଟ କହିଛନ୍ତି। ସ୍ୱତନ୍ତ୍ର କୋର୍ଟ ପୀଡ଼ିତା ଓ ତାଙ୍କ ମା’ଙ୍କୁ ସାକ୍ଷୀ ଭାବେ ବିବେଚନା କରି ଏପରି ଦଣ୍ଡାଦେଶ ଶୁଣାଇଛନ୍ତି।

ପୀଡ଼ିତାଙ୍କ ମା’ କୋର୍ଟଙ୍କୁ କହିଛନ୍ତି ଯେ ୨୦୨୦ ମସିହାରେ ସେ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ସହ ଅଭିଯୁକ୍ତର ପଡ଼ୋଶୀ ଭାବେ ରହୁଥିଲେ। ତାଙ୍କ ଝିଅ ଓ ଅଭିଯୁକ୍ତର ୫ ବର୍ଷୀୟ ଝିଅ ହେଉଛନ୍ତି ବନ୍ଧୁ। ଏଥିପାଇଁ ୨୦୨୦ ମସିହା ଅଗଷ୍ଟ ୩ ତାରିଖରେ ଝିଅଟି ଅଭିଯୁକ୍ତଙ୍କ ଘରକୁ ଯିବା ସହ ତା’ ଝିଅ ସହ ଖେଳୁଥିଲେ।

ଏହି ସମୟରେ ଅଭିଯୁକ୍ତ ଜଣକ ଛୋଟ ଝିଅଟିର ଛାତିକୁ ସ୍ପର୍ଶ କରିବା ସହ ତା’ ଓଠକୁ ଗେଲ କରିଥିଲା। ଏ ସମ୍ପର୍କରେ ଝିଅର ମା’ ଜାଣିବା ପରେ ଅଭିଯୁକ୍ତର ମା’ଙ୍କ ପାଖକୁ ଯାଇଥିଲେ। ଏ ସମ୍ପର୍କରେ ଅଭିଯୁକ୍ତ ସହ ତାଙ୍କ ମା’ କଥା ହେବେ ବୋଲି ପୀଡ଼ିତାଙ୍କ ମା’ଙ୍କୁ କହିଥିଲେ।

ତେବେ ଏହି ଘଟଣାର କିଛି ଦିନ ପରେ ଅଭିଯୁକ୍ତ ଜଣକ ସମାନ କାଣ୍ଡ ପୁଣି ଛୋଟ ଝିଅଟି ସହ ଘଟାଇଥିଲା। ଏଥିର ପୀଡ଼ିତା ଜଣଙ୍କ ତାଙ୍କ ଜେଜେ ମା’ଙ୍କୁ ଏ ସମ୍ପର୍କରେ କହିଥିଲେ। ପିଲାଟିକୁ ଅଭିଯୁକ୍ତ ଜଣକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଜେଜେ ମା’ ଏକଥା ଜାଣିବା ପରେ ପୀଡ଼ିତାଙ୍କ ସହ ପୁଲିସ୍‌ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ।

ପୁଲିସ୍‌ ପୀଡ଼ିତା ଓ ତାଙ୍କ ମା’ଙ୍କ ବୟାନ ରେକର୍ଡ କରିଥିଲା। ଏଥିସହ ପୀଡ଼ିତାଙ୍କ ଡାକ୍ତର ମାଇନା ମଧ୍ୟ କରାଯାଇଥିଲା। କୋର୍ଟରେ ପୀଡ଼ିତା ଜଣଙ୍କ ନିଜ ବୟାନରେ କାଏମ ରହିବା ସହ ଶୁଣାଣି ବେଳେ ଉପସ୍ଥିତ ଥିବା ଅଭିଯୁକ୍ତକୁ ଚିହ୍ନଟ କରିଥିଲେ। ଏହାକୁ ଆଧାର କରି ପୋକସୋ କୋର୍ଟ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/94l6Oav

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages