କର୍ଣ୍ଣାଟକା ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ଭୋଟ୍ ଗଣତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 12, 2023

କର୍ଣ୍ଣାଟକା ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ଭୋଟ୍ ଗଣତି

ମେ’ ୧୦ ତାରିଖରେ କର୍ଣ୍ଣାଟକାର ୨୨୪ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ଆଜି ହେଉଛି ଗଣତି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରେଜଲ୍ଟ ବାହାରିବା ପୂର୍ବରୁ କଂଗ୍ରେସ ଓ ବିଜେପି ଉଭୟ ସରକାରକୁ ଫେରିବେ ବୋଲି ଦମ୍ଭୋକ୍ତି କରିଛନ୍ତି। କର୍ଣ୍ଣାଟକାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୧୩।

ଚୂଡ଼ାନ୍ତ ରେଜଲ୍ଟ ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ପ୍ରକାଶ କରାଯାଇଛି। ଅଧିକାଂଶ ସଂସ୍ଥା କର୍ଣ୍ଣାଟକାରେ ଝୁଲା ବିଧାନସଭାର ଆକଳନ କରିଥିବା ବେଳେ କଂଗ୍ରେସ ସର୍ବବୃହତ୍ତ ଦଳ ଭାବେ ଉଭା ହେବେ ବୋଲି ଆକଳନ କରିଛନ୍ତି। ଏପରି ସ୍ଥିତିରେ ଜେଡିଏସ୍‌ କିଙ୍ଗ ମେକର ସାଜିବ। କିନ୍ତୁ ବିଜେପି ଏକଜିଟ ପୋଲ ଆକଳନକୁ ଗ୍ରହଣ କରିନାହିଁ। ରାଜ୍ୟରେ ବିଜେପି ୧୨୦ଟି ଆସନ ଜିତିବ ବୋଲି ଦଳ ଦାବି କରିଛି। ତେବେ କଂଗ୍ରେସ ଓ ବିଜେପି ଉଭୟ ରେଜଲ୍ଟ ବାହାରିବା ପୂର୍ବରୁ ଜେଡିଏସ୍‌ ସହ ବ୍ୟାକଡୋର ଆଲୋଚନା ଆରମ୍ଭ କରିଛନ୍ତି।

୨୦୧୮ରେ ବିଜେପି ସର୍ବବୃହତ୍ତ ଦଳ ଭାବେ ୧୦୪ଟି ଆସନ ଜିତିଥିଲା। ଅବଶ୍ୟ ଦଳ ମ୍ୟାଜିକ ନମ୍ବର ଠାରୁ ୯ଟି ଆସନ କମ ପାଇଥିଲା। କଂଗ୍ରେସ ୭୮ଟି ଓ ଜେଡିଏସ୍‌ ୩୭ଟି ଆସନ ଦଖଲ କରିଥିଲେ। ଏହି ଦୁଳ ମେଣ୍ଟ କରି ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିଥିଲେ। ଜେଡିଏସର ଏଚ୍‌ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ସରକାର ମାତ୍ର ବର୍ଷକ ପାଇଁ କାମ କରିଥିଲା। କଂଗ୍ରେସ ଓ ଜେଡିଏସ୍‌ର କିଛି ବିଧାୟକ ଦଳ ଛାଡ଼ିବାରୁ କୁମାରସ୍ୱାମୀ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଜେପି ସରକାର ଗଠନ କରିଥିଲା।

୨୦୧୮ ଭଳି ଯଦି ସ୍ଥିତି ଉପୁଜେ, ତା’ହେଲେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଚୌକିରେ ବସିବାର ସମ୍ଭାବନା ବହୁତ କମ। କାରଣ ଜେଡିଏସ ୧୨ରୁ ୩୩ଟି ଆସନ ଜିତିବ ବୋଲି ଏକଜିଟ ପୋଲରେ ଆକଳନ କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/kiLarTj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages