ରବିବାର ଦକ୍ଷିଣ କଶ୍ମୀରର ପୁଲୱାମାରୁ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ଅଘଟଣ ଘଟାଇବା ନିମନ୍ତେ ଲୁଚାଇ ରଖିଥିବା ୫ କେଜି ବିସ୍ଫୋରକ(ଆଇଇଡି)କୁ ଜବତ କରିଛି ଜମ୍ମୁ ଓ କଶ୍ମୀର ପୁଲିସ। ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଏହି ବ୍ୟକ୍ତି ଜଣକ ଜମ୍ମୁ ଓ କାଶ୍ମୀର ବୁଡ଼ଗ୍ରାମ ଜିଲ୍ଲା ଏରିଗାମ୍ର ବାସିନ୍ଦା ଇସ୍ଫାକ୍ ଅହମ୍ମଦ। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
କଶ୍ମୀର ଜୋନ୍ ପୁଲିସ ମୁତାବକ, ଏକ ବଡ଼ ଧରଣର ବିସ୍ଫୋରଣ ଘଟାଇବା ନିମନ୍ତେ ଆତଙ୍କବାଦୀ ଲୁଚାଇ ରଖିଥିବା ଏହି ବିସ୍ଫୋରକୁ ପୁଲୱାମା ପୁଲିସ ଜବତ କରିଛି।
ସୂଚନା ଥାଉକି, ଗତ ଶୁକ୍ରବାର ରଜୌରୀ ସେକ୍ଟରରେ ଆତଙ୍କବାଦୀଙ୍କ ଗୁଳିମାଡ଼ ଓ ଆଇଇଡି ବିସ୍ଫୋରଣରେ ୫ ଜଣ ଯବାନ ସହିଦ ହୋଇଥିଲେ। ଏହା ପରଠାରୁ ଆତଙ୍କବାଦୀ ଦମନ ଅପରେଶନ ଚାଲିଛି।
ଜମ୍ମୁ ଓ କଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ବାରାମୁଲା ଜିଲ୍ଲାର କୁଞ୍ଜର ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଛି।
ରଜୌରୀ ଜିଲ୍ଲାର କାଣ୍ଡି ଜଙ୍ଗଲରୁ ଆତଙ୍କବାଦୀଙ୍କୁ ସଫା କରିବାକୁ ସେନାର ଅଭିଯାନ ଜାରି ରହିଥିବା ବେଳେ ଆଜି ଗୁଳିବିନିମୟ ସମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି ଓ ଆଉ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ଏହି ଅପରେସନରେ ସେନା ସହିତ ଜମ୍ମୁ-କଶ୍ମୀର ପୁଲିସ ଏବଂ ସିଆରପିଏଫ ଯବାନ ମଧ୍ୟ ସାମିଲ ହୋଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/qHes6UC
No comments:
Post a Comment