ଆରମ୍ଭରୁ ବମ୍ପର ଓପନିଂ କଲା ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 7, 2023

ଆରମ୍ଭରୁ ବମ୍ପର ଓପନିଂ କଲା ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’

ଗତ ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ବିବାଦୀୟ ଫିଲ୍ମ 'ଦି କେରଳ ଷ୍ଟୋରୀ'। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ରଟି ଲୋକଙ୍କ ଠାରୁ ବହୁତ ସମର୍ଥନ ହାସଲ କରୁଛି। ଏହା ସହିତ ଲୋକମାନେ ଫିଲ୍ମକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ଏହାରି ଭିତରେ ଆଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଦି କେରଳ ଷ୍ଟୋରୀ’କୁ ଟିକସ ମୁକ୍ତ କରିଛନ୍ତି ମଧ୍ୟପ୍ରଦେଶ ସରକାର। 

ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୮ କୋଟି ରୋଜଗାର କରିଥିବାବେଳେ ଦ୍ୱିତୀୟ ଦିନରେ ୧୨ କୋଟିରୁ ଅଧିକ ରୋଜଗାର କରିଛି। ଏହି ଫିଲ୍ମ ପ୍ରଶଂସକଙ୍କ ହୃଦୟକୁ ଜିତିପାରିଛି। ତେବେ ଦୁଇ ଦିନ ମଧ୍ୟରେ ଚଳଚ୍ଚିତ୍ରଟି ୨୦ କୋଟିରୁ ଅଧିକ ରୋଜଗାର କରିପାରିଛି। 

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ 'କିସି କା ଭାଇ କିସି କୀ ଜାନ' ଏବଂ ଐଶ୍ୱର୍ଯ୍ୟା ରାୟଙ୍କ 'ପୋନ୍ନିୟିନ୍ ସେଲଭନ' ଫିଲ୍ମର ମୁକ୍ତିଲାଭ ମଧ୍ୟରେ 'ଦି କେରଳ ଷ୍ଟୋରୀ' ଭଲ ଆୟ କରୁଥିବା ଜଣାପଡିଛି। 

‘ଦି କେରଳ ଷ୍ଟୋରୀ’ର କାହାଣୀ ହେଉଛି କେରଳର ୩୨ ହଜାର ଝିଅ ନିଖୋଜ ହୋଇଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ସେମାନେ ଇସଲାମ ଧର୍ମ ଗ୍ରହଣ କରି କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସରେ ସାମିଲ ହୋଇଥିଲେ। 

ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶିତ ଏବଂ ବିପୁଲ ଅମୃତଲାଲ ଶାହାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଆଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧି ଇଦାନୀ ଏବଂ ସୋନିଆ ବାଲାନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ପ୍ରାୟ ୪୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ନିର୍ମାଣ ହୋଇଛି। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KGAYRX1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages