ହାତୀ ମୃତ୍ୟୁ ଉପରେ ରୋକ ଲଗାଇବା ପାଇଁ କରାଯାଇଛି ଆକ୍ଲନ ପ୍ଲାନ। ହେଲେ ଗୋଟିଏ ପରେ ଗୋଟିଏ ଚାଲି ଯାଉଛି ଗଜରାଜଙ୍କ ଜୀବନ। ବିଭିନ୍ନ ଜିଲ୍ଲାରେ ହାତୀ ମୃତ୍ୟୁର ଖବର ପ୍ରତିଦିନ ଆସୁଛି। କେତେବେଳେ ବିଦ୍ୟୁତ ଆଘାତରେ ଗଜରାଜଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ଟ୍ରେନ୍ ଧକ୍କାରେ ହାତୀଙ୍କ ମୃତ୍ୟୁ ଘଟୁଛି। ଏପରି ସମାନ ଘଟଣା ଘଟିଛି ଆନ୍ଧ୍ର-ଓଡ଼ିଶା ସୀମାରେ।
ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲାର କାଟ୍ରାଗଡା ଗାଁ ନିକଟରୁ ଆଜି ସକାଳେ ୪ଟି ହାତୀଙ୍କ ମୃତଦେହ ଠାବ କରାଯାଇଛି। ହାତୀଙ୍କ ମୃତଦେହ ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ପଡିରହିଛି। ବିଦ୍ୟୁତ ଆଘାତରେ ହାତୀମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଆଉ ଦୁଇଟି ହାତୀ ଆହତ ହୋଇଥିବା ଜଣାପଡ଼ିଛି। ସେମାନେ ନିକଟସ୍ଥ ଜଙ୍ଗଲକୁ ପଳାଯାଇଥିବା ଜଣାପଡ଼ିଛି।
ସୂଚନାଅନୁସାରେ, ରାୟଗଡାର ଗୁଣୁପୁର ଅଞ୍ଚଳରେ ୬ ଟିକିଆ ହାତୀମାନେ ଉପଦ୍ରବ କରୁଥିଲେ। କିଛି ଦିନ ତଳେ ଏହି ହାତୀପଲ ଆନ୍ଧ୍ରର ମାନ୍ୟମ ଜିଲ୍ଲା ଆଡକୁ ମୁହାଁଇଥିଲେ। ସେଠାରେ ଲୋକଙ୍କର ଫସଲ ନଷ୍ଟ କରିବା ସହ ଉପଦ୍ରବ ମଞ୍ଚାଉଥିଲେ। ଗତକାଲି ଏହି ହାତୀପଲ ଖାଦ୍ୟ ଅନ୍ୱେଷଣରେ କାଟ୍ରାଗଡା ଗାଁ ଆଡକୁ ମୁହାଁଇଥିଲେ। କିଟମିଟି ଅନ୍ଧାରରେ ଏହି ହାତୀପଲ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ଗୁରୁତର ଆହତ ହୋଇଥିଲେ। ସେମାନେ ନିକଟସ୍ଥ ଜଙ୍ଗଲ ପଳାଇଯାଇଥିବା ଜଣାପଡ଼ିଛି।
ଏହି ଗୁରୁତର ୨ଟି ହାତୀଙ୍କର ଚିକିତ୍ସା ପାଇଁ ବନ ବିଭାଗ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି। ବନ ବିଭାଗ ଟିମ୍ ଜଙ୍ଗଲକୁ ଯାଇ ଏହି ୨ଟି ଅସୁସ୍ଥ ହାତୀଙ୍କୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ପାଇଁ ଯୋଜନା କରୁଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/krKtixA
No comments:
Post a Comment