ମସ୍କ କରିବେ ବାଏ ବାଏ, ଟ୍ୱିଟର ସିଇଓ ପଦରେ ବସିବେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 11, 2023

ମସ୍କ କରିବେ ବାଏ ବାଏ, ଟ୍ୱିଟର ସିଇଓ ପଦରେ ବସିବେ ମହିଳା

ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ସିଇଓ ପଦକୁ ଖୁବ୍‌ ଶୀଘ୍ର ବାଏ ବାଏ କହିବେ ଏଲନ ମସ୍କ । ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏଥିସହ କିଏ ଟ୍ୱିଟରର ପରବର୍ତ୍ତୀ ସିଇଓ ହେବ ସେ ନେଇ ବି ସମକ୍ୟ ଧାରଣା ଦେଇଛନ୍ତି ମସ୍କ । ଜଣେ ମହିଳା ଏହି ପଦ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି ମସ୍କ । ନିଜେ ସିଇଓ ପଦରୁ ଇସ୍ତଫା ଦେବା ପରେ ଟ୍ୱିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବେ ବୋଲି ମଧ୍ୟ ସେ ଟ୍ୱିଟ କରିଛନ୍ତି।

୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପରଠୁ ଚର୍ଚ୍ଚାରେ ରହି ଆସୁଥିବା ମସ୍କ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ଟ୍ୱିଟରର ସିଇଓ ପଦ ଛାଡ଼ିବା ପରେ କିଏ ଏହି ପଦ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଏନେଇ ଟ୍ୱିଟ କରି ମସ୍କ କହିଛନ୍ତି, ମୁଁ ଏହା ଘୋଷଣା କରି ଖୁବ୍‌ ଉତ୍ସାହିତ ଯେ ଜଣେ ମହିଳା ଏହି ପଦ ସମ୍ଭାଳିବେ। ଉକ୍ତ ମହିଳାଙ୍କ ସନ୍ଧାନ ସରିଛି ଏବଂ ତାଙ୍କୁ ନିଯୁକ୍ତି ମଧ୍ୟ ଦିଆସରିଛି। ଆସନ୍ତା ୬ ସପ୍ତାହରେ ସମଗ୍ର ବିଶ୍ୱ ତାଙ୍କୁ ଦେଖିବ ଓ ସେ ହେବେ ଟ୍ୱିଟରର ନୂଆ ସିଇଓ ।

ଏଲନ ମସ୍କ ଟ୍ୱିଟର କିଣିବା ପରଠୁ ଏହାର ସିଇଓ ପଦ ସମ୍ଭାଳି ଆସିଛନ୍ତି। ତେବେ ସେ ଟ୍ୱିଟରର ସ୍ଥାୟୀ ସିଇଓ ନୁହନ୍ତି ଓ ଏଥିପାଇଁ ନୂଆ ମୁହଁ ସନ୍ଧାନ ଚାଲିଥିବା ପୂର୍ବରୁ ବହୁ ଥର ସୂଚନା ଦେଇ ସାରିଛନ୍ତି।

ସେ କୌଣସି ବି କମ୍ପାନୀର ସିଇଓ ଭୂମିକା ତୁଲାଇବାକୁ ଇଚ୍ଛୁକ ନ ଥିବା ମସ୍କ କହିବା ସହ ଖୁବ୍‌ ଶୀଘ୍ର ଟ୍ୱିଟରକୁ ନୂଆ ସିଇଓ ମିଳିବ ବୋଲି କହିଥିଲେ। ଏହାପରେ ତାଙ୍କ ଭୂମିକା ବି ବଦଳିଯିବ ବୋଲି ସେ ସୂଚନା ଦେଇଥିଲେ। ଏବେ ସେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସଫ୍ଟୱେର ଓ ଉତ୍ପାତ ଉପରେ ନଜର ରଖିବେ ବୋଲି କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/nDkTSNh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages