ପଞ୍ଜାବର ପଟିଆଲାସ୍ଥିତ ଗୁରୁଦ୍ୱାରରେ ଗତକାଲି ଏକ ଅଘଟଣ ଘଟିଛି। ଗୁରୁଦ୍ୱାର ପରିସରରେ ଜଣେ ମହିଳା ବସି ମଦ ପିଉଥିବା ବେଳେ ଏହାକୁ ସେଠାକାର ସେବକ ତୀବ୍ର ବିରୋଧ କରିବା ସହ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୁଲିସ୍ ଅଭିଯୁକ୍ତ ସେବକଙ୍କୁ ଗିରଫ କରିଛି ।
ଗତକାଲି ମହିଳାଜଣକ ଗୁରୁଦ୍ୱାର ପରି ପବିତ୍ର ସ୍ଥାନ ପରିସରରେ ଥିବା ସରୋବର ନିକଟରେ ବସି ମଦ ପିଉଥିଲେ। ଏହି ସୂଚନା ପାଇ ସେଠାକାର ସେବକ ଉକ୍ତ ମହିଳାଙ୍କ ନିକଟରେ ପହଞ୍ଚିଥିଲେ। ଏହାପରେ ସେ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିବା ସହ ନିଶାସକ୍ତ ଥିବାରୁ ଗୁରୁଦ୍ୱାର ବାହାରକୁ ଚାଲିଯିବାକୁ କହିଥିଲେ। ମାତ୍ର ଏହା ଶୁଣି ମହିଳାଜଣକ ରାଗି ଯାଇଥିଲେ ଓ ଉକ୍ତ ସେବକଙ୍କ ସହ ଉଚ୍ଚବାଚ କରିଥିଲେ।
ଏହାପରେ ସେବକଜଣକ ନିଜ ପାଖରେ ଥିବା ଏକ ବନ୍ଧୁକରୁ ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ। ମାତ୍ର ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଅଘଟଣରେ ପାଖରେ ଥିବା ଆଉ ଜଣେ ସେବକ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଅଭିଯୁକ୍ତ ସେବକଙ୍କୁ ଗିରଫ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/TEUI08e
No comments:
Post a Comment