ସୋଶାଲ ମିଡିଆ ପୋଷ୍ଟକୁ ନେଇ ଜଳୁଛି ଅକୋଲା; ଜଣେ ମୃତ, ଲାଗୁ ହେଲା ୧୪୪ ଧାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 14, 2023

ସୋଶାଲ ମିଡିଆ ପୋଷ୍ଟକୁ ନେଇ ଜଳୁଛି ଅକୋଲା; ଜଣେ ମୃତ, ଲାଗୁ ହେଲା ୧୪୪ ଧାରା

ସୋଶାଲ ମିଡିଆର ଏକ ପୋଷ୍ଟକୁ ନେଇ ଜଳୁଛି ମହାରାଷ୍ଟ୍ରର ଅକୋଲା। ଏହି ପୋଷ୍ଟ ଏକ ଗୋଷ୍ଠୀର ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ଆଣି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହି ହିଂସାକାଣ୍ଡରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ପୁଲିସ୍‌ କର୍ମୀଙ୍କ ସହ ୮ ଜଣ ଗୁରୁତର ହୋଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌ ୪୫ ଜଣଙ୍କୁ ଗିରଫ କରିଛି। ଏଥିସହ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲଗାଯିବା ସହ ଇଣ୍ଟରନେଟ ସେବାକୁ ବ୍ୟାହତ କରାଯାଇଛି। କୌଣସି ଅଭାବନୀୟ ଘଟଣା ଘଟିବା ଆଶଙ୍କାରେ ୟୁନିଭରସିଟି ପରୀକ୍ଷାକୁ ବି ବାତିଲ କରି ଦିଆଯାଇଛି।

ଗତ ଶନିବାର ରାତିରେ ହୋଇଥିବା ଏକ ଇନଷ୍ଟାଗ୍ରାମ୍‌ ପୋଷ୍ଟକୁ ନେଇ ଅକୋଲାର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ତିକ୍ତତା ଧୀରେ ଧୀରେ ବଢ଼ିବା ସହ ଉଭୟ ପକ୍ଷ ପରସ୍ପର ଉପରକୁ ପଥର ମାଡ଼ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ବହୁ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି।

ଏହି ହିଂସାକାଣ୍ଡରେ ବିଳାସ ଗାୟକୱାଡ ନାମକ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଏହାପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ୍‌ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଥିବା ଅକୋଲା କଲେକ୍ଟର ନିମା ଅରୋଡ଼ା କହିଛନ୍ତି

ଉତ୍ତେଜନାକୁ ପ୍ରଶମିତ କରିବାକୁ ପୁଲିସ୍‌ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିଥିବା ଜଣାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ପୁଲିସ୍‌ ତୀକ୍ଷଣ ଦୃଷ୍ଟି ରଖିଥିବା ଏସ୍‌ପି କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wIksSLD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages