‘ଯଦି ଆପଣ ୨ଶହ ୟୁନିଟରୁ କମ୍ ଇଲେକ୍ଟ୍ରି ଖର୍ଚ୍ଚ କରୁଛନ୍ତି, ତେବେ ଆସନ୍ତା ୧ ତାରିଖରୁ ବିଲ୍ ପଇଠ କରନ୍ତୁ ନାହିଁ। କାରଣ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ, ଏହାକୁ ରାଜ୍ୟ ସରକାର ବହନ କରିବେ। ’ କର୍ଣ୍ଣାଟକା ଜନସାଧାରଣଙ୍କୁ ଏପରି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ମହିଶୁର ସାଂସଦ ପ୍ରତାପ ସିମହା ।
କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତି ଘର ପିଛା ୨ଶହ ୟୁନିଟ ବିଜୁଳି ମାଗଣାରେ ଦେବ ବୋଲି ଘୋଷଣା କରିଥିଲା। ଏ଼ହାପରେ ନିର୍ବାଚନରେ ବହୁମତ ହାସଲ କରି ସିଦ୍ଦରମୈୟେଙ୍କ ନେତୃତ୍ୱରେ ଏକାକୀ ସରକାର ଗଠନ କରିଛି କଂଗ୍ରେସ। ତେଣୁ କଂଗ୍ରେସ ଏବେ ନିଜ ପ୍ରତିଶ୍ରୁତି ପାଳନ କରିବାର ବେଳ ଆସିଛି ବୋଲି ବିଜେପି ଏମ୍ପି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଏହି ପ୍ରତିଶ୍ରୁତିକୁ ପୂରଣ କରିବାକୁ ତଥା ସାଧାରଣ ଲୋକଙ୍କୁ ଏହାର ଫାଇଦା ଦେବାକୁ ବିଜେପି ଜୁନ୍ ୧ ପର୍ଯ୍ୟନ୍ତ ଶାସକ କଂଗ୍ରେସକୁ ସମୟ ଦେଇଛି। ଆସନ୍ତା ମାସରୁ କଂଗ୍ରେସ ଏହି ପ୍ରତିଶ୍ରୁତିକୁ ଲାଗୁ ନ କଲେ ସେ ନିଜ ସଂସଦୀୟ କ୍ଷେତ୍ରରେ ଜୋରଦାର ଆନ୍ଦୋଳନ କରିବେ ବୋଲି ସାଂସଦ ପ୍ରତାପ ସିମହା ଗତକାଲି କହିଛନ୍ତି। ଏଥିସହ ସେ କହିଛନ୍ତି, ଯେଉଁ ଉପଭୋକ୍ତା ଅଧିକ ୟୁନିଟ ବିଜୁଳି ଖର୍ଚ୍ଚ କରୁଛନ୍ତି, ସେମାନଙ୍କର ପ୍ରଥମ ୨ଶହ ୟୁନିଟକୁ ଦେୟମୁକ୍ତ କରାଯାଉ । ଏହାପରେ ଅବଶିଷ୍ଟ ୟୁନିଟରୁ ଦେୟ ଆଦାୟ କରାଯାଉ ।
କଂଗ୍ରେସ ନିଜ ନିର୍ବାଚନୀ ପ୍ରଚାରରେ ଏହି ପ୍ରତିଶ୍ରୁତି ଦେବା ସହ ଏହା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ବି ଲାଗୁ ହେବ ବୋଲି କହିଥିଲା। ଏହା ଅର୍ଥ ରାଜ୍ୟର ସମସ୍ତଙ୍କ ନିମନ୍ତେ ଏହି ନିୟମ ଲାଗୁ ହେବା ଉଚିତ । ତେଣୁ ଯେଉଁମାନେ ୨ଶହ ୟୁନିଟରୁ କମ୍ ବିଦ୍ୟୁତ୍ ଖର୍ଚ୍ଚ କରୁଛନ୍ତି, ଜୁନ୍ ୧ରୁ ସେମାନେ ଦେୟ ନ ଦେବାକୁ ବିଜେପି ସାଂସଦ ଆହ୍ୱାନ କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/G3XLo8N
No comments:
Post a Comment