ଯୁବ ଚାଷୀଙ୍କୁ ଲକ୍ଷପତି କରିଦେଲା ପଦ୍ମ ଫୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 20, 2023

ଯୁବ ଚାଷୀଙ୍କୁ ଲକ୍ଷପତି କରିଦେଲା ପଦ୍ମ ଫୁଲ

ଉଚ୍ଚ ଶିକ୍ଷିତ। ଚାକିରି ପାଇଁ ଲାଳାୟିତ ନହୋଇ ସ୍ୱାଧୀନ ଭାବେ ନିଜେ କିଛି କରିବାର ଲକ୍ଷ୍ୟ ରଖିଥିଲେ। ଆଉ ୧୦୦ ଟଙ୍କାରେ ଆରମ୍ଭ କରିଥିଲେ ପଦ୍ମଫୁଲ ଚାଷ। ପରିବେଶ ପ୍ରତି ରୁଚି ରଖିଥିବା ପ୍ରଶାନ୍ତ ଦାସ ଦେଶ ବିଦେଶରୁ ପ୍ରାୟ ୨୦୦ ପ୍ରଜାତିର ପଦ୍ମ ଓ ପ୍ରାୟ ୭୦ ପ୍ରକାରର କଇଁ ଫୁଲ ଚାରା ସଂଗ୍ରହ କରି ସଙ୍କରୀକରଣ କରିଛନ୍ତି। ଆଉ ଏବେ ସେ ଏହି ଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଅଁଳାବେରେଣୀ ଗାଁର ଏହି ପଦ୍ମ ଫୁଲ ଚାଷୀଙ୍କ ନାଁ ପ୍ରଶାନ୍ତ ଦାସ। ବିଜ୍ଞାନରେ ସ୍ନାତକ ପାସ୍ କରିବା ପରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ଆଉ ଏକ ସାମାଜିକ ସଙ୍ଗଠନ ସହିତ ଯୋଡ଼ି ହୋଇଯାଇଥିଲେ। ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। ଏଥିସହ ବାପା-ମାଆଙ୍କଠାରୁ ପ୍ରେରଣା ପାଇ ପ୍ରକୃତି ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିଲେ ପ୍ରଶାନ୍ତ।

ଗାଁ ପୋଖରୀରେ ଫୁଟିଥିବା ପଦ୍ମ ଓ କଇଁ ଫୁଲ ପ୍ରଶାନ୍ତଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଇଥିଲା। ଆଉ ପଦ୍ମ ଓ କଇଁ ଫୁଲ ଚାଷ କରିବା ପାଇଁ ମନ ବଳାଇଥିଲେ। ବର୍ତ୍ତମାନ ଦେଶ ବିଦେଶରୁ ପ୍ରାୟ ୨୦୦ ପ୍ରଜାତିର ପଦ୍ମ ଓ ପ୍ରାୟ ୭୦ ପ୍ରକାରର କଇଁ ଫୁଲ ଚାରାକୁ ସଂକରୀକରଣ କରି ନିଜ ଘର ଚାରି ପାର୍ଶ୍ୱରେ କୁଣ୍ଡରେ ଚାଷ କରୁଛନ୍ତି, ଯେଉଁ ପଦ୍ମ ଫୁଲର ଚାହିଦା ଥାଇଲାଣ୍ଡ, ୟୁଏସ୍‌ଏ, ମାଲେସିଆ, ଚୀନ୍‌ ଭଳି ଦେଶରେ ରହିଛି। କେବଳ ସେତିକି ନୁହେଁ, କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରାୟ ୧୦ ହଜାରରୁ ଅଧିକ ଗ୍ରାହକ ଅନ୍‌ଲାଇନ୍‌ରେ ପ୍ରଶାନ୍ତଙ୍କଠାରୁ ପଦ୍ମ ଫୁଲ ଚାରା ନେଇଛନ୍ତି। ପ୍ରଶାନ୍ତ ଉଭୟ ଅନଲାଇନ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ବିଭିନ୍ନ କୋରିଅର ଓ ସ୍ପିଡ୍‌ ପୋଷ୍ଟ ଜରିଆରେ ପଦ୍ମ ଫୁଲ ଚାରା ଗୁଡିକ ପଠାଉଛନ୍ତି। ୨ ହଜାର ଟଙ୍କାରୁ ଆରମ୍ଭ କରି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପଦ୍ମ ଫୁଲ ଚାରା ଦାମ୍‌ ରହିଛି ବୋଲି ପ୍ରଶାନ୍ତ ଦାସ କହିଛନ୍ତି।

Lotusବଗିଚାରେ ଫୁଟିଥିବା ପଦ୍ମ

ପଦ୍ମ ଫୁଲ ଚାଷରେ ପ୍ରଶାନ୍ତଙ୍କୁ ପତ୍ନୀ ଓ ପରିବାର ଲୋକ ସହଯୋଗ କରୁଛନ୍ତି। ଦିନେ ୧୦୦ ଟଙ୍କାରୁ ଆରମ୍ଭ କରିଥିବା ଏହି ଚାଷ ଆଜି ଲକ୍ଷ ଲକ୍ଷ ଟଙ୍କାର ରୋଜଗାର ଦେଇ ପାରିଛି। ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ପାଥେୟ କରି ପ୍ରଶାନ୍ତ ଆଜି ଜଣେ ସଫଳ ପଦ୍ମ ଚାଷୀ ହୋଇପାରିଛନ୍ତି। ତାଙ୍କ ଅଁଳାବେରେଣୀ ସ୍ଥିତ ଘର ଭିତରେ ଓ ବାହାରେ, ଏପରିକି ଛାତ ଉପରେ ପ୍ରାୟ ୨୦୦ଟି କୁଣ୍ଡ ଓ ଟବ ରହିଛି। 

ପ୍ରଶାନ୍ତଙ୍କ କହିବା ଅନୁସାରେ ପଦ୍ମଫୁଲ ଉପରେ ଚୀନ୍‌ରେ ଭଲ କାମ ହୋଇଛି। ସେମାନେ ମାଇକ୍ରୋ ଲୋଟସ୍‌ର ଡେଭଲ୍‌ପ କରିଛନ୍ତି। କିନ୍ତୁ ସେହି ପଦ୍ମକୁ ଚାଇନାରୁ ଓଡ଼ିଶାକୁ ସିଧାସଳଖ ଆସିପାରୁନାହିଁ। ତେଣୁ ୟୁଏସ୍‌ଏ ଓ ଥାଇଲାଣ୍ଡ ପ୍ରଜାତିର ପଦ୍ମ ଚାରା ଆଣୁଥିଲୁ। ଦେଖିବାକୁ ଗଲେ ଥାଇଲାଣ୍ଡ ଓ ଓଡ଼ିଶାର ଜଳବାୟୁ ପ୍ରାୟତଃ ଏକ ପ୍ରକାର। ତେଣୁ ଥାଇରାଣ୍ଡର ପ୍ରଜାତିର ପଦ୍ମ ଆମ ପାଖରେ ବେଶୀ ରହିଛି। କିଛି ୟୁଏଏସ୍‌ ପ୍ରଜାତିର ପଦ୍ମ ମଧ୍ୟ ରହିଛି। ୟୁଏସ୍‌ଏ ପ୍ରଜାତିର ପଦ୍ମ ଦୁଇ ପ୍ରକାର। ଗୋଟିଏ ହେଲା ଟ୍ରପିକାଲ୍‌ ଓ ଅନ୍ୟଟି ହେଉଛି ହାଡ୍ଡି। ହାଡ୍ଡି ପ୍ରଜାତିରେ ବିଭିନ୍ନ ରଙ୍ଗର ପଦ୍ମ ଫୁଲ ଫୁଟି ପାରୁଛି। ଓଡ଼ିଶା ଜଳବାୟୁରେ ଟ୍ରପିକାଲ୍‌ ପ୍ରଜାତିର ପଦ୍ମ ବେଶୀ ଫୁଟି ପାରିବ ବୋଲି ପ୍ରଶାନ୍ତ କହିଛନ୍ତି।

ସେ କହିଛନ୍ତି, ଓଡ଼ିଶାରେ ରେଡ୍‌ ବେଜିଂ, ମୋ ହଙ୍ଗ, ଜେଡ୍‌ ଇନ୍‌ ଜିନଲି, ୟେଲୋପ୍ରି, ୟେଲୋପ୍ରି ପିଙ୍କ, ରେଡ୍‌ ପିଓନି, ପିଙ୍କ କ୍ଲାଉଡ୍‌, ରାନୀ ରେଡ୍‌ ଆଦି ପ୍ରଜାତିର ପଦ୍ମ ରହିଛି। ସେହି ସବୁ ପଦ୍ମ ଚାରାକୁ ସଙ୍କରୀକରଣ କରାଯାଇ ମହିମା, ଜଗନ୍ନାଥ, କପିଳାସ, ଶ୍ରୀକ୍ଷେତ୍ର, ହ୍ଵାଇଟ ମାସ୍କିନ୍‌ ଆଦି ପଦ୍ମ ସୃଷ୍ଟି କରାଯାଇଛି। କୋଭିଡ୍‌ ସମୟରେ ହ୍ଵାଇଟ ମାସ୍କିନ୍‌ ପଦ୍ମର ଚାହିଦା ବେଶୀ ରହିଥିଲା ବୋଲି ପ୍ରଶାନ୍ତ କହିଛନ୍ତି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zbgsC7A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages