ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲା ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 20, 2023

ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲା ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ

ବଡ଼ ଅଘଟଣରୁ ବର୍ତ୍ତି ଯାଇଛି ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ। ଶନିବାର ବିଳମ୍ବିତ ରାତିରେ ଏହା ପୁରୀ ଅଭିମୁଖେ ଆସୁଥିବା ବେଳେ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ନେକୁରସୁଣୀ ଷ୍ଟେସନ ନିକଟରେ ଏଥିରୁ କିଛି ବଗି ଅଲଗା ହୋଇଯାଇଥିଲା। ପ୍ରାୟ ୫୦୦ ମିଟର ଦୂରରେ ଯାଇ ଇଞ୍ଜିନଟି ଅଟକି ଥିଲା।

ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। ଷ୍ଟେସନ ପାଖାପାଖି ଥିବାରୁ ଟ୍ରେନର ଗତି ମନ୍ଥର ଥିବାରୁ ଏକ ବଡ଼ ଅଘଟଣ ଟଳିଗଲା ବୋଲି କୁହାଯାଉଛି। ତେବେ କେମିତି ଏମିତି ଏକ ଘଟଣା ଘଟିଲା, ତାହା ଜଣାପଡ଼ିନି।

ଏହି ଘଟଣା ପରେ ଖଡ଼ଗପୁରରୁ ରେଳ ବିଭାଗର କର୍ମଚାରୀ ଆସି ମରାମତି କାମ କରିଥିଲେ। ତା’ପରେ ଟ୍ରେନଟି ପୁରୀ ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ ଏଥିପାଇଁ ୬ ଘଣ୍ଟା ଲାଗି ଯାଇଥିଲା। ଯାତ୍ରୀମାନେ ରାତିସାରା ବଡ଼ ହନ୍ତସନ୍ତ ହୋଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8OkNPcK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages