ଆମେରିକାରେ ହିଟ୍‌ ଆଣ୍ଡ ରନ୍‌ ମାମଲା: ବସ୍‌ ଷ୍ଟପ୍‌ରେ କାର୍‌ ମାଡ଼ିଯିବାରୁ ୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 7, 2023

ଆମେରିକାରେ ହିଟ୍‌ ଆଣ୍ଡ ରନ୍‌ ମାମଲା: ବସ୍‌ ଷ୍ଟପ୍‌ରେ କାର୍‌ ମାଡ଼ିଯିବାରୁ ୭ ମୃତ

ଆମେରିକାର ଟେକ୍ସାସରେ ଗତ ଶନିବାର ଏକ ମଲ୍‌ରେ ଜଣେ ଯୁବକଙ୍କ ଆଖି ବୁଜା ଗୁଳି ମାଡ଼ରେ ୮ ଜଣଙ୍କ ମୃତ୍ୟୁ ହେବାର ଦିନକ ପରେ ପୁଣି ଘଟିଛି ଏକ ଅଘଟଣ । ଗତକାଲି ରାତିରେ ଟେକ୍ସାସରେ ଘଟିଛି ହିଟ୍‌ ଆଣ୍ଡ ରନ୍‌ ମାମଲା। ଏକ ରେଞ୍ଜ ରୋଭର ଗାଡ଼ି ଦ୍ରୁତ ଗତିରେ ଆସି ବସ୍‌ ଷ୍ଟପ୍‌ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। 

ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ବ୍ରାଉନ୍ସବିଲ୍‌ ସହରର ଏକ ବସ୍‌ ଷ୍ଟପ୍‌ରେ ବହୁ ସଂଖ୍ୟାରେ ଲୋକେ ଛିଡ଼ା ହୋଇଥିଲେ। ଏହି ସମୟରେ ଆଖି ପିଛୁଳାକେ ଏକ ରେଞ୍ଜ ରୋଭର ଗାଡ଼ି ଆସି ବସ୍‌ ଷ୍ଟପରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା।  ଘଟଣାସ୍ଥଳରେ ୭ ଜଣ ଆଖି ବୁଜିଥିବା ବେଳେ ଗୁରୁତର ୬ ଜଣଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉତ୍ତ୍ୟକ୍ତ ଲୋକ କାର୍‌ ଚାଳକଙ୍କୁ ଅଟକ ରଖିଥିବା ବେଳେ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‌ ଚାଳକଙ୍କୁ ଗିରଫ କରିଛି। ଏଥିସହ ସେ ନିଶାଗ୍ରସ୍ତ ଥିଲେ ନା ନାହିଁ ତାଙ୍କର ପରୀକ୍ଷା ଚାଲିଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବ ଦିନ ଆମେରିକାର ଟେକ୍ସାସରେ ଏକ ମଲ୍‌ରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Wi9JC2m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages