ଘରେ ଲାଗିଲା ନିଆଁ; ମା’ ଝିଅ ସମେତ ୩ ଜୀବନ୍ତ ଦଗ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 21, 2023

ଘରେ ଲାଗିଲା ନିଆଁ; ମା’ ଝିଅ ସମେତ ୩ ଜୀବନ୍ତ ଦଗ୍ଧ

ଘରେ ନିଆଁ ଲାଗି ମା’, ଝିଅ ସମେତ ୩ ଜଣ ଜୀବନ୍ତ ଦଗ୍ଧ ହୋଇଗଲେ। ଏପରି ଏକ ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ପ୍ରାଗଣା ଜିଲ୍ଲାରେ ଗତ ରାତିରେ ଘଟିଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ରାତି ପ୍ରାୟ ୮ଟା ୩୦ ପରେ ଘରେ ନିଆଁ ଲାଗି ତାହା ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ଆପ୍ରାଣ ଚେଷ୍ଟା ଚଳାଇଥିଲେ। ମାତ୍ର ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ନିଆଁ ଆୟତ୍ତକୁ ଆସିବା ପରେ ଅଗ୍ନିଶମ କର୍ମଚାରୀ ଘର ଭିତରୁ ୩ ମୃତ ଦେହ ଉଦ୍ଧାର କରିଥିଲେ। ସେଥିରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ବି ଅଛନ୍ତି।

ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଘରେ ବେଆଇନ ଭାବ ବାଣ ତିଆରି ଚାଲିଥିବା ବେଳେ ଏପରି ଅଘଟଣ ଘଟିଥିବା କୁହାଯାଉଥିବା ବେଳେ ଏହାର ତଦନ୍ତ ହେବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/1Uc2Th3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages