ମେଡିସିନ ଧରି ଘରକୁ ଫେରୁଥିଲେ ବ୍ୟକ୍ତି, ବିଏମ୍‌ଡବ୍ଲ୍ୟୁ ଚଢ଼ାଇ ଦେଲେ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 21, 2023

ମେଡିସିନ ଧରି ଘରକୁ ଫେରୁଥିଲେ ବ୍ୟକ୍ତି, ବିଏମ୍‌ଡବ୍ଲ୍ୟୁ ଚଢ଼ାଇ ଦେଲେ ଯୁବତୀ

ପାର୍ଟି ସାରି ବିଏମ୍‌ଡବ୍ଲ୍ୟୁ କାର୍‌ ଧରି ଘରକୁ ଫେରୁଥିଲେ ଯୁବତୀ। ମାତ୍ର ବାଟ ମଝିରେ ଭାରସାମ୍ୟ ହରାଇ ଜଣେ ବ୍ୟକ୍ତିଙ୍କ ଉପରେ କାର୍‌ ଚଢ଼ାଇ ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ଏପରି ଦୁଃଖଦ ଘଟଣା ପଶ୍ଚିମ ଦିଲ୍ଲୀର ମୋତିନଗର ଅଞ୍ଚଳରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି। ମୃତକଜଣକ ୩୬ ବର୍ଷୀୟ ଅଜୟ ଗୁପ୍ତା ବୋଲି ଜଣାଯାଇଛି। ସେ ନିଜ ଘରକୁ ମେଡିସିନ ଧରି ଫେରୁଥିବା ବେଳେ ବାଟରେ ହିଁ ତାଙ୍କ ଜୀବନ ଚାଲି ଯାଇଛି। 

ପୁଲିସ୍‌ ସୂଚନା ଅନୁଯାୟୀ, ୨୮ ବର୍ଷୀୟା ଯୁବତୀଜଣକ ଦିଲ୍ଲୀରେ ଜଣେ ଆର୍କିଟେକ ଭାବେ କାମ କରନ୍ତି। ଗତକାଲି ବିଳମ୍ବିତ ରାତିରେ ସେ ପାର୍ଟି ସାରି ନିଜ ବିଏମ୍‌ଡବ୍ଲ୍ୟୁରେ ଅଶୋକ ବିହାରସ୍ଥିତ ନିଜ ଘରକୁ ଫେରୁଥିଲେ । ମାତ୍ର ବାଟରେ ସେ ପ୍ରଥମେ ଏକ ଜେନେରେଟରକୁ ଧକ୍କା ଦେଇଥିଲେ । ଏହାପରେ ବାଟରେ ଚାଲି ଚାଲି ଯାଉଥିବା ୩୬ ବର୍ଷୀୟ ଅଜୟ ଗୁପ୍ତାଙ୍କ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।

ବିହାର ବାସିନ୍ଦା ଅଜୟ ଦିଲ୍ଲୀରେ ଏକ ତେଜରାତି ଦୋକାନ ନିଜ ପରିବାର ସହ ରହୁଥିଲେ। ଗତକାଲି ରାତିରେ ଏକ ମେଡିସିନ ଦୋକାନରୁ କିଛି ମେଡିସିନ ଧରି ସେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତା ଯୁବତୀଙ୍କୁ ଗିରଫ କରିଛି। ଏଥିସହ ଦୁର୍ଘଟଣା ସମୟରେ ସେ ନିଶାସକ୍ତ ଥିଲେ କି ନାହିଁ ତାହା ଜାଣିବାକୁ ତାଙ୍କର ମେଡିକାଲ ଟେଷ୍ଟ କରାଯିବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/7r63AoO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages