କରଞ୍ଜିଆ ତହସିଲଦାର ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 29, 2023

କରଞ୍ଜିଆ ତହସିଲଦାର ଗିରଫ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏକ ଲାଞ୍ଚ କାରବାର ମାମଲାରେ ଭିଜିଲାନ୍ସ ତାଙ୍କ ବିରୋଧରେ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିଛି।

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଆଇଏ) ପକ୍ଷରୁ ଜମି ଅଧିଗ୍ରହଣ ବାବଦ ଚେକ୍ ପ୍ରଦାନ କରିବାକୁ ତହସିଲଦାର ଚାର୍ଲସ ନାୟକ ଜଣେ ବ୍ୟକ୍ତିଙ୍କୁ ୧୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଜମି ହରାଇଥିବା ଉକ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦକୁ ଏନ୍‌ଏଚ୍‌ଆଇଏ ୫୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା ଦେଇଥିବା ବେଳେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନଦେଲେ ଉକ୍ତ ଅର୍ଥ ରିଲିଜ୍ କରିବେ ନାହିଁ ବୋଲି ତହସିଲଦାର ଚାର୍ଲସ ନାୟକ ତାଙ୍କୁ କହିଥିଲେ। ଦୁଇଟି ବ୍ଲାଙ୍କ ଚେକ୍‌ (ଯେଉଁଥିରେ Payee ‍ଅର୍ଥାତ୍ ଯିଏ ଅର୍ଥ ପାଇବେ ତାଙ୍କ ନାଁ ଖାଲି ଛାଡ଼ିବାକୁ କୁହାଯାଇଥିଲା)ରେ ଏହି ଲାଞ୍ଚ ଅର୍ଥ ଦେବାକୁ ସେ କହିଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ତହସିଲଦାରଙ୍କ କହିବା ମୁତାବକ ସେ ୧୦ ଲକ୍ଷ ଓ ୨ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଦେଇଥିଲେ ଯେଉଁଥିରେ Payeeଙ୍କ ନାଁ ନଥିଲା ବା ସେହି ସ୍ଥାନଟି ଖାଲି ଥିଲା। ପରେ ତହସିଲଦାର ଅଥର ଅଲି ନାମକ ଜଣେ ସ୍ଥାନୀୟ ଠିକାଦାରଙ୍କୁ ଉକ୍ତ ଦୁଇଟି ଚେକ୍ ଦେଇଥିଲେ। ଅଥର ଅଲି ଉକ୍ତ ଦୁଇଟି ଚେକ୍‌ର Payee ସ୍ଥାନରେ ନିଜ ନାଁ ଲେଖି ସେଗୁଡ଼ିକୁ ବ୍ୟାଙ୍କରେ ଜମା କରିଥିଲେ। 

ଅନ୍ୟପକ୍ଷରେ ତହସିଲଦାରଙ୍କୁ ଚେକ୍ ଦୁଇଟି ଦେବା ପରେ ଘଟଣା ସଂପର୍କରେ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସକୁ ଜଣାଇଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସର ପକ୍ଷରୁ ଗତକାଲି ଚାର୍ଲସ ନାୟକଙ୍କ କରଞ୍ଜିଆ ସ୍ଥିତ ସରକାରୀ ବାସଗୃହ, ଅଫିସ ଓ ଭଦ୍ରକ ସ୍ଥିତ ଘର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ସବୁ ଦିଗରୁ ତଦନ୍ତ ପରେ ତହସିଲଦାର ଚାର୍ଲସ ନାୟକ ଏହି ଲାଞ୍ଚ କାରବାରରେ ସଂପୃକ୍ତ ଥିବା ନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଠିକାଦାର ଅଥର ଅଲି ଫେରାର ହୋଇଯାଇଛନ୍ତି। 

ସରକାରୀ କର୍ମଚାରୀମାନେ ଏବେ ଭିଜିଲାନ୍ସକୁ ଚକମା ଦେବାକୁ ପ୍ରୟାସ କରି ଡିଜିଟାଲ ମୋଡରେ ଲାଞ୍ଚ ଟଙ୍କା ନେବା ବାଟକୁ ଆପଣାଉଥିବା ଦେଖିବାକୁ ମିଳିଛି। ଗତକାଲି ଏହିଭଳି ତିନିଟି ଘଟଣା ଦେଖିବାକୁ ମିଳିଛି। ଗୋଟିଏରେ ଚାର୍ଲସ ନାୟକ ବ୍ଲାଙ୍କ ଚେକ୍ ନେଇଥିବା ବେଳେ ଅନ୍ୟ ଦୁଇଟି ଘଟଣାରେ ଆଉ ଦୁଇ ଜଣ କର୍ମଚାରୀ ଫୋନ୍ ପେ’ ମାଧ୍ୟମରେ ଲାଞ୍ଚ ଟଙ୍କା ନେଇଥିଲେ। ଆଉ ଏହି ସବୁ ମାମଲାରେ ସରକାରୀ କର୍ମଚାରୀଙ୍କୁ ବେସରକାରୀ ଲୋକମାନେ ସହାୟତା କରୁଥିବା ଦେଖିବାକୁ ମିଳିଛି। ଏହି ବେସରକାରୀ ଲୋକମାନେ ସେମାନଙ୍କ ଫୋନ୍ ପେ/ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଏହି ସରକାରୀ କର୍ମଚାରୀମାନଙ୍କ ପାଇଁ ଲାଞ୍ଚ ଅର୍ଥ ଗ୍ରହଣ କରିଥିଲେ। ଭିଜିଲାନ୍ସ ସେମାନଙ୍କୁ ବି ଗିରଫ କରିଛି।

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ଲାଞ୍ଚ ନେଉଛନ୍ତି ଓ ଯେଉଁମାନେ ସେମାନଙ୍କୁ ଲାଞ୍ଚ ନେବାରେ ସହାୟତା କରୁଛନ୍ତି, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁମାନେ ଭାବୁଛନ୍ତି ଫୋନପେ’ରେ ଲାଞ୍ଚ ନେଲେ ଧରାପଡ଼ିବେ ନାହିଁ, ସେମାନେ ଭୁଲ ଭାବୁଛନ୍ତି। ଭିଜିଲାନ୍ସର ନଜର ସବୁଠି ଅଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/P5vT4qx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages