ମହାରାଷ୍ଟ୍ର କଂଗ୍ରେସର ଏକମାତ୍ର ସାଂସଦଙ୍କ ବିୟୋଗ, ୪ ଦିନ ପୂର୍ବେ ପିତାଙ୍କୁ ହରାଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 29, 2023

ମହାରାଷ୍ଟ୍ର କଂଗ୍ରେସର ଏକମାତ୍ର ସାଂସଦଙ୍କ ବିୟୋଗ, ୪ ଦିନ ପୂର୍ବେ ପିତାଙ୍କୁ ହରାଇଥିଲେ

ମହାରାଷ୍ଟ୍ରରେ କଂଗ୍ରେସର ଏକମାତ୍ର ସାଂସଦ ଥିବା ସୁରେଶ ଧନୋରକରଙ୍କର ଆଜୀ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୮ ବର୍ଷ ହୋଇଥିଲା। ଶାରୀରିକ ଅସୁସ୍ଥତା ହେତୁ ଗତ କିଛି ଦିନ ହେବ ଦିଲ୍ଲୀର ଏକ ଘରୋଇ ହସ୍ପିଟାଳରେ ଭର୍ତ୍ତି ହୋଇଥିବା ସୁରେଶ ଧନୋରକର ଆଜି ସକାଳେ ଆଖି ବୁଜି ଦେଇଛନ୍ତି। ୪ ଦିନ ପୂର୍ବେ ସାଂସଦଙ୍କ ପିତାଙ୍କ ବିୟୋଗ ହୋଇଥିବା ବେଳେ ଆଜି ତାଙ୍କ ବିୟୋଗ ପରିବାରକୁ ଏକ ଶକ୍ତ ଝଟକା ଦେଇଛି।

ସାଂସଦ ସୁରେଶ ଧନୋରକରଙ୍କର ଗତ ୨୬ ତାରିଖରେ ମୁମ୍ବାଇର ନାଗପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ କିଡ଼ନୀ ଷ୍ଟୋର ଅପରେସନ ହୋଇଥିଲା । ମାତ୍ର ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା। ଫଳରେ ପରିବାର ଲୋକେ ତାଙ୍କୁ ଗତ ରବିବାର ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରିଥିଲେ। ଗତ ୨ ଦିନ ହେବ ଭେଣ୍ଟିଲେଟରରେ ଥିବା ସତ୍ତ୍ୱେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଆଜି ସକାଳୁ ତାଙ୍କ ମୃତ୍ୟୁ ହୋଇଛି।

ସୁରେଶ ଧନୋରକର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଗତ ଶନିବାର ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ଫଳରେ ସେ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରି ନ ଥିଲେ।

ଆଜି ଅପରାହ୍ନରେ ସୁରେଶ ଧନୋରକରଙ୍କ ମୃତଦେହକୁ ଦିଲ୍ଲୀରୁ ନାଗପୁରକୁ ଅଣାଯିବ । ଅପରାହ୍ନ ୧ଟା୩୦ରେ ମୃତଦେହକୁ ବରୋରାସ୍ଥିତ ନିଜ ବାସଭବନକୁ ନିଆଯିବ । ଅପରାହ୍ନ ୨ଟାରୁ ଆସନ୍ତା କାଲି ସକାଳ ୧୦ଟା ପର୍ଯ୍ୟନ୍ତ ମୃତଦେହକୁ ସାଧାରଣ ଦର୍ଶନ ନିମନ୍ତେ ରଖାଯିବ । ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ମୋକ୍ଷଧାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।

୧୯୭୫ ମସିହା ମେ’ ୪ ତାରିଖରେ ୟବତମାଳ ଜିଲ୍ଲାରେ ଜନ୍ମିତ ସୁରେଶ ଧନୋରକରଙ୍କ ରାଜନୈତିକ କ୍ୟାରିଅର ଶିବସେନାରୁ ଆରମ୍ଭ ହୋଇଥିଲା। ପାର୍ଟିର ବହୁ ବଡ଼ ବଡ଼ ପଦରେ ରହିବା ପରେ ୨୦୦୯ ମସିହାରେ ସେ ଶିବସେନାରୁ ପ୍ରଥମ ଥର ପାଇଁ ବିଧାନସଭା ଟିକେଟରେ ଲଢ଼ିଥିଲେ। ମାତ୍ର ଖୁବ୍‌ କମ୍‌ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ୨୦୧୪ ମସିହାରେ ସେ ଭଦ୍ରାବତୀ ବରୋରାରୁ ଶିବସେନା ବିଧାୟକ ଭାବେ ନିର୍ବାଚିତ ହେଲେ । ୨୦୧୯ରେ ସେ ଶିବସେନାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହେଲେ। ଏହାପରେ କଂଗ୍ରେସ ଟିକେଟରୁ ସେ ଚନ୍ଦ୍ରପୁର ବାଣି ଆର୍ଣ୍ଣିରୁ ସାଂସଦ ରୂପେ ଲୋକସଭାକୁ ନିର୍ବାଚିତ ହେଲେ। ସେ ମହାରାଷ୍ଟ୍ରରେ କଂଗ୍ରେସର ଏକମାତ୍ର ସାଂସଦ ଥିବା ବେଳେ ତାଙ୍କ ବିୟୋଗ ଦଳକୁ ଶକ୍ତ ଝଟକା ଦେଇଛି। ସୁରେଶ ଧନୋରକରଙ୍କ ପତ୍ନୀ ପ୍ରତିଭା ଧନୋରକର ବରୋରା ବିଧାନସଭାରୁ ବିଧାୟିକା ଅଛନ୍ତି।  ତାଙ୍କର ୨ ପୁଅ ଥିବା ଜଣା ଯାଇଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jaebNBZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages