ଆମେରିକା ନିର୍ବାଚନ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଲା ଜବରଦସ୍ତ ଝଟକା। ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ । ୯୦ ଦଶକରେ ଘଟିଥିବା ଏହି ମାମଲା ପାଇଁ ଟ୍ରମ୍ପ ଏବେ ଗଣିବେ ମୋଟା ଅଙ୍କର ତଣ୍ଡ। ଏଥିପାଇଁ ପୀଡ଼ିତାଙ୍କୁ ୫୦ ଲକ୍ଷ ଡଲାର ଅର୍ଥାତ ୪୧୦ କୋଟି ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
୯୦ ଦଶକର ଜଣେ ଜଣାଶୁଣା ଲେଖିକା ଇ. କ୍ୟାରଲଙ୍କୁ ଯୌନ ଶୋଷଣ କରିଥିବା ନେଇ ଟ୍ରମ୍ପଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏପରିକି ବିଭିନ୍ନ ସମୟରେ ଟ୍ରମ୍ପ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା କୋର୍ଟ ପକ୍ଷରୁ କୁହାଯାଇଛି।
ତେବେ ନିଜ ବିରୋଧରେ ହୋଇଥିବା ଦଣ୍ଡ ବିଧାନକୁ ଟ୍ରମ୍ପ ସହଜେ ଗ୍ରହଣ କରି ପାରି ନାହାନ୍ତି। ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ଓ ତାଙ୍କୁ ବଦନାମ କରିବାକୁ ଏପରି ସାଂଘାତିକ ଚକ୍ରାନ୍ତ ହୋଇଥିବା ସେ କହିଛନ୍ତି।
ଗତ ଏପ୍ରିଲ ୨୫ ତାରିଖରେ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ୯ ଜୁରୀ ବିଶିଷ୍ଟ ଖଣ୍ଡପୀଠ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
କ୍ୟାରଲଙ୍କ ଅଭିଯୋଗ ଅନୁଯାୟୀ, ୧୯୯୬ ମସିହାରେ ମ୍ୟାନହଟ୍ଟର ଏକ ଡିପାର୍ଟମେଣ୍ଟାଲ ଷ୍ଟୋରରେ ଟ୍ରମ୍ପ ତାଙ୍କୁ ବଳାତ୍କାର କରିଥିଲେ। ଏନେଇ କ୍ୟାରଲ ନିଜ ପୁସ୍ତକରେ ବର୍ଣ୍ଣନା କରିଥିଲେ। ଗତ କିଛି ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଟ୍ରମ୍ପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସାରିଲେଣି।
ଯୌନ ଉତ୍ପୀଡ଼ନ ମାମଲାରେ ଦୋଷୀ ସାବ୍ୟସ୍ତ ଟ୍ରମ୍ପଙ୍କ ପାଇଁ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ଲଢ଼ିବା କଷ୍ଟକର ହୋଇପାରେ ବୋଲି ରାଜନୈତିକ ବିଶ୍ଳେଷଜ୍ଞ ମତ ଦେଉଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ମସିହାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ୧,୩୦, ୦୦୦ ଡଲାର ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତ ଏପ୍ରିଲ ୫ ତାରିଖରେ ଟ୍ରମ୍ପ ନ୍ୟୁୟର୍କର ମ୍ୟାନହାଟ୍ଟନ୍ କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଥିବା ବେଳେ ସେଠାରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଏହାର ଘଣ୍ଟାକ ପରେ ତାଙ୍କୁ ଜାମିନ ମିଳିଥିଲା। ଟ୍ରମ୍ପ କିନ୍ତୁ ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେଇଥିଲେ।
ଟ୍ରମ୍ପ କୋର୍ଟରେ କହିଥିଲେ ଯେ, ମୋ ବିରୋଧରେ ରୁଜୁ ହୋଇଥିବା ସମସ୍ତ ୩୪ଟି ମାମଲା ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ। ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ଆମେରିକାରେ ଏବେ ଏପରି ଘଟଣା ଘଟୁଛି ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇ ପଡ଼ୁଛି ବୋଲି କୋର୍ଟରେ ଟ୍ରମ୍ପ କହିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hZKfvk3
No comments:
Post a Comment