ASIର ଐତିହ୍ୟ ସ୍ଥଳ ତାଲିକାରେ ସ୍ଥାନ ପାଇବ ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର। କପିଳେଶ୍ୱର ମନ୍ଦିରକୁ ଭାରତ ସରକାର ASIର ସୁରକ୍ଷିତ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ଦେବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଗେଜେଟ୍ ନୋଟି ଫିକେସନ୍ ପ୍ରକାଶ ପାଇଛି।
ଗତ ୫ ତାରିଖରେ ସସ୍କୃତି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଗେଜେଟ୍ ଅଫ୍ ଇଣ୍ଡିଆରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଐତିହ୍ୟ ସମ୍ପନ୍ନ କପିଳେଶ୍ୱର ମନ୍ଦିରକୁ ASIର ସୁରକ୍ଷିତ ଐତିହ୍ୟ ତାଲିକାରେ ସ୍ଥାନ ଦେବାକୁ ପୂର୍ବରୁ ଦାବି ହୋଇ ଆସୁଥିଲା। ଏବେ କେନ୍ଦ୍ର ସଂସୃତି ମନ୍ତ୍ରାଳୟର ପଦକ୍ଷେପ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି।
କପିଳେଶ୍ୱର ମନ୍ଦିର ASI ଅଧିନକୁ ଗଲେ ଏହାର ଉଚିତ ରକ୍ଷଣାବେକ୍ଷଣ କରାଯାଇ ପାରିବ ବୋଲି ଲେଖିଛନ୍ତି ଅପରାଜିତା। ପୂର୍ବରୁ ଅପରାଜିତା ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଗତ ମାସ ୪ ତାରିଖରେ ସାକ୍ଷାତ କରିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/QDj1pTA
No comments:
Post a Comment