ବଳାତ୍କାର ପୀଡ଼ିତାଙ୍କ ମା’ଙ୍କୁ ବାନ୍ଧିଲା ପୁଲିସ୍‌, ରାସ୍ତାକୁ ଓହ୍ଲାଇଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 22, 2023

ବଳାତ୍କାର ପୀଡ଼ିତାଙ୍କ ମା’ଙ୍କୁ ବାନ୍ଧିଲା ପୁଲିସ୍‌, ରାସ୍ତାକୁ ଓହ୍ଲାଇଲେ ଲୋକେ

ବଳାତ୍କାର ପୀଡ଼ିତାଙ୍କ ମା’ଙ୍କୁ ମିଳିଲା ଦଣ୍ଡ। ବନ୍ଧା ହୋଇ ଜେଲ୍‌ ଗଲେ। ଅଭିଯୁକ୍ତଙ୍କ ପରିବାର ଚାପରେ ପଡି ପୀଡ଼ିତାଙ୍କ ପରିବାର କେସ୍‌ ନ ଉଠାଇବାରୁ ପୀଡ଼ିତାଙ୍କ ମା’ଙ୍କ ନାମରେ ରୁଜୁ ହୋଇଛି ମାମଲା। ଜଣେ ୧୦ ବର୍ଷୀୟ ନାବାଳକଙ୍କୁ ଯୌନ ଉତ୍ପୀଡ଼ନ କରିବା ଅଭିଯୋଗରେ ଏବେ ସେ ବନ୍ଧା ହୋଇ ଜେଲ୍‌ ଚାରି କାନ୍ଥରେ ଶଢ଼ୁଛନ୍ତି। ଏପରି ଏକ ଘଟଣାକୁ ନେଇ ଛତିଶଗଡ଼ର ବିଲାଶପୁର ଜିଲ୍ଲାର ରତନପୁର ସହରରେ ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଗତ ମାର୍ଚ୍ଚ ମାସରେ ଜଣେ ୧୯ ବର୍ଷୀୟା ଯୁବତୀ ବଳାତ୍କାରର ଶିକାର ହୋଇଥିବା ନେଇ ରତନପୁର ଥାନାରେ ଅଭିଯୋଗ  ହୋଇଥିଲା। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଥିଲା।

ମାତ୍ର ଅଭିଯୁକ୍ତଙ୍କ ଦାଦା ଜଣେ କର୍ପୋରେଟର ଥିବାରୁ ସେ କେସ୍‌ ଉଠାଇ ନେବାକୁ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଇ ଆସୁଥିଲେ। ଏପରିକି ମିଥ୍ୟା କେସ୍‌ରେ ଉଭୟଙ୍କୁ ଫସାଇ ଦେବାକୁ ଧମକ ଦେଉଥିଲେ। ମାତ୍ର ଉଭୟ ପୀଡ଼ିତା ଓ ତାଙ୍କ ମା’ ଏଥିରେ ରାଜି ହେଉ ନ ଥିଲେ।

ଶେଷରେ ଗତ ୧୯ ତାରିଖରେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ପୀଡ଼ିତାଙ୍କ ନାଁରେ ରତନପୁର ଥାନାରେ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ମା’ ଜଣେ ୧୦ ବର୍ଷୀୟ ନାବାଳକଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗରେ ଦର୍ଶାଯାଇଥିଲା। ଏହାପରେ ପୁଲିସ୍‌ ଉକ୍ତ ଦିନ ପୀଡ଼ିତାଙ୍କ ମା’ଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି।

ଏହାକୁ ତୀବ୍ର ବିରୋଧ କରି ସ୍ଥାନୀୟ ଲୋକେ ଥାନାରେ ପହଞ୍ଚି ହୋହଲ୍ଲା କରିଥିଲେ। ଏପରିକି ପୁଲିସ୍‌ ବିରୋଧରେ ନାରାବାଜି କରିବା ସହ ଅଭିଯୁକ୍ତପ ପରିବାର ଚାପରେ ପଡ଼ି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ କଡ଼ା ସମାଲୋଚନା କରିଥିଲେ। ଏପରିକି ଆନ୍ଦୋଳନକାରୀ ପୁଲିସ୍‌କୁ ଚୁଡ଼ି ପିନ୍ଧିବାକୁ ଦେବାକୁ ପଛାଇ ନ ଥିଲେ। ଏହା ନେଇ ରବିବାର ରତନପୁରରେ ବନ୍ଦ ପାଳନ କରାଯାଇଥିଲା।

ଅପ୍ରୀତିକର ପରିସ୍ଥିତି ପାଇଁ ସହରର ବିଭିନ୍ନ ସ୍ଥାନରେ ପୁଲିସ୍‌ ମୁତୟନ କରାଯାଇଥିବା ବେଳେ କୌଣସି ପ୍ରକାର ବିଶୃଙ୍ଖଳା ହୋଇ ନ ଥିବା ଜଣାଯାଇଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଏହାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିବା ବିଳାଶପୁର ଏସ୍‌ପି ସନ୍ତୋଷ ସିଂ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/upTI6Pv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages