ଅବକାରୀ ନୀତି ଦୁର୍ନୀତି: ଚାର୍ଜଶିଟ୍‌ରେ ଆପ ସାଂସଦ ସଞ୍ଜୟ ସିଂହ ଓ ରାଘବ ଚଡ୍ଡାଙ୍କ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 2, 2023

ଅବକାରୀ ନୀତି ଦୁର୍ନୀତି: ଚାର୍ଜଶିଟ୍‌ରେ ଆପ ସାଂସଦ ସଞ୍ଜୟ ସିଂହ ଓ ରାଘବ ଚଡ୍ଡାଙ୍କ ନାଁ

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଏଥିରେ ଆପ୍‌ ସାଂସଦ ସଞ୍ଜୟ ସିଂହ ଓ ରାଘବ ଚଡ୍ଡାଙ୍କ ନାଁ ରହିଛି। ସପ୍ଲିମେଣ୍ଟାରୀ ଚାର୍ଜଶିଟରେ ଏମାନଙ୍କ ନାଁ ରହିଥିଲେ ମଧ୍ୟ ଦୁଇ ସାଂସଦଙ୍କୁ ଘଟଣାର ଅଭିଯୁକ୍ତ ଭାବେ ଦର୍ଶାଯାଇ ନାହିଁ। ଚାର୍ଜଶିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ରାଘବ ଓ ସଞ୍ଜୟଙ୍କ ନାଁ ରହିଥିବାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ଏହି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଗୋଟିଏ ବୈଠକ ହୋଇଥିଲା। ଏହି ବୈଠକରେ ନୂଆ ଅବକାରୀ ନୀତି ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ରାଘବ ଚଡ୍ଡା ଯୋଗ ଦେଇଥିବା ଘଟଣାର ଜଣେ ସାକ୍ଷୀ ମତ ରଖିଥିଲେ। ଏହି ଆଧାରରେ ତାଙ୍କ ନାଁକୁ ଚାର୍ଜଶିଟରେ ସାମିଲ କରାଯାଇଛି।

ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦ ତଦନ୍ତକାରୀ ସଂସ୍ଥାକୁ ଦେଇଥିବା ବୟାନ ଆଧାରରେ ରାଘବ ଚଡ୍ଡାଙ୍କ ନାଁ ଚାର୍ଜଶିଟରେ ଉଲ୍ଲେଖ କରାଯାଇଛି। ସି ଅରବିନ୍ଦଙ୍କ କହିବା କଥା ଯେ ଉକ୍ତ ବୈଠକରେ ପଞ୍ଜାବର ଅବକାରୀ କମିଶନର ବରୁଣ ରୋଜାମ, ଘଟଣାର ଅଭିଯୁକ୍ତ ବିଜୟ ନାଏର ଓ ପଞ୍ଜାବ ଅବାକାରୀ ବିଭାଗର ଅନେକ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ।

କିଛି ଦିନ ତଳେ ଇଡି ଆଉ ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦିଲ୍ଲୀ ସିବିଆଇ କୋର୍ଟରେ ଦାଖଲ କରିଥିଲା। ଏଥିରେ ପ୍ରଥମଥର ପାଇଁ ମନୀଷ ସିସୋଦିଆଙ୍କୁ ଘଟଣାର ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା।

୨୦୨୧-୨୨ରେ ଦିଲ୍ଲୀ ସରକାର ଲାଗୁ କରିଥିବା ନୂଆ ଅବକାରୀ ନୀତିରେ କିଛି ନିର୍ଦ୍ଦିଷ୍ଟ ମଦ ବ୍ୟବସାୟୀଙ୍କୁ ଫାଇଦା ଦେବାକୁ ବ୍ୟବସ୍ଥା କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ବ୍ୟାପକ ଲାଞ୍ଚ କାରବାର ମଧ୍ୟ ହୋଇଥିବା କୁହାଯାଉଛି।

ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ସିସୋଦିଆଙ୍କ ଉପରେ ସାଂଘତିକ ଅଭିଯୋଗ ଲଗାଇଛି। କେଜ୍ରିୱାଲଙ୍କ ମାନସ ସନ୍ତାନ ହେଉଛି ଏହି ନୂଆ ଅବକାରୀ ନୀତି। ସେ ଓ ସିସୋଦିଆ ମିଳିତ ଭାବେ ଅବାକାରୀ ନୀତିକୁ ଲାଗୁ କରିଥିଲେ। ଘଟଣାରେ ଗିରଫ ହୋଇଥିବା ବିଜୟ ନାଏରଙ୍କୁ ସବୁଠାରୁ ଅଧିକ ଫାଇଦା ମିଳିଥିବା ଇଡି କହିଛି।

କେନ୍ଦ୍ରୀୟ ଏଜେନ୍ସି ଆହୁରି ଅଭିଯୋଗ କରିଛି ଯେ ବିଆରଏସ୍‌ ନେତ୍ରୀ କେ କବିତା ଘଟଣାର ଅଭିଯୁକ୍ତ ତଥା ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ମଧ୍ୟ ୨୦୨୨ରେ ଭେଟିଥିଲେ। ଏହି ବୈଠକରେ ଘଟଣାର ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ସାମିଲ ଥିଲେ। କବିତାଙ୍କୁ ଛାଡ଼ି ଅନ୍ୟମାନଙ୍କୁ ଗିରଫ କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/SWmTuzr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages